ଆଜି ମୁହାଁମୁହିଁ ହେବେ ପଞ୍ଜାବ କିଙ୍ଗ୍ସ ଓ କୋଲକାତା ନାଇଟ୍ ରାଇଡର୍ସ, କୋଲକତା ପାଇଁ ଚ୍ଯାଲେଞ୍ଜ

ଆଇପିଏଲ୍ ୨୦୨୧ର ୨୧ତମ ଲିଗ୍ ମ୍ୟାଚରେ ମୁହାଁମୁହିଁ ହେବେ ପଞ୍ଜାବ କିଙ୍ଗ୍ସ ଓ କୋଲକାତା ନାଇଟ୍ ରାଇଡର୍ସ । ନାଇଟ୍ ରାଇଡର୍ସ ପଏଣ୍ଟ ତାଲିକାର ଅନ୍ତିମ ସ୍ଥାନରେ ରହିଥିବାରୁ ସୋମବାର ମ୍ୟାଚ୍ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଅନ୍ୟ ପଟରେ ପଞ୍ଜାବ କିଙ୍ଗ୍ସ ମଧ୍ୟ ବିଜୟ ଧାରା ଜାରି ରଖିବାକୁ ସମସ୍ତ ଚେଷ୍ଟା କରିବ ।

ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ଜିତିବାକୁ ହେଲେ ନାଇଟ୍ ରାଇଡର୍ସକୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବାକୁ ପଡ଼ିବ । ବିଶେଷ କରି ସ୍ପିନ୍ ବୋଲିଂ ବିଭାଗ ଶୃଙ୍ଖଳିତ ପ୍ରଦର୍ଶନ କରିବା ଜରୁରୀ । ବ୍ୟାଟ୍ସମ୍ୟାନଙ୍କୁ ମଧ୍ୟ ଦାୟିତ୍ୱପୂର୍ଣ୍ଣ ବ୍ୟାଟିଂ କରିବାକୁ ପଡ଼ିବ । ବିଶେଷ କରି ମଧ୍ୟଭାଗରେ ଇୟନ ମୋର୍ଗାନ ସଫଳ ହେବା ଜରୁରୀ ।

ସମ୍ଭାବ୍ୟ ଏକାଦଶ

ନାଇଟ୍ ରାଇଡର୍ସ: ନିତିଶ ରାଣା, ଶୁବମନ ଗିଲ, ରାହୁଲ ତ୍ରିପାଠୀ, ଇୟନ ମୋର୍ଗାନ (ଅଧିନାୟକ), ସୁନୀଲ ନାରାଏନ୍/ଲୋକି ଫର୍ଗୁସନ, ଦିନେଶ କାର୍ତ୍ତିକ, ଆନ୍ଦ୍ରେ ରସେଲ, ପ୍ୟାଟ୍ କମିନ୍ସ, ଶିବମ ମାଭି/କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ପ୍ରସିଦ୍ଧ କ୍ରିଷ୍ଣା ।

ପଞ୍ଜାବ କିଙ୍ଗସ: କେ ଏଲ ରାହୁଲ(ଅଧିନାୟକ), ମୟଙ୍କ ଅଗ୍ରୱାଲ, କ୍ରିସ ଗେଲ, ଦୀପକ ହୁଡ୍ଡା, ନିକୋଲାସ ପୂରନ, ମୋଇସ୍ ହେନରିକ, ଫାବିଆନ୍ ଆଲେନ, ମହମ୍ମଦ ସାମି, ଅର୍ଶଦୀପ ସିଂ, ରବି ବିଷ୍ଣୋୟୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.