ମାଲକାନଗିରି: ରାସ୍ତା କାମରେ ନିୟୋଜିତ ୬ଟି ଟ୍ରାକ୍ଟର ଓ ଗୋଟିଏ ପାଣି ଟ୍ୟାଙ୍କରକୁ ଜାଳିଦେଲେ ମାଓବାଦୀ

ମାଲକାନଗିରି: ପୁଣି ଲାଲ୍‌ବାହିନୀର ଲାଲ୍‌ତାଣ୍ଡବ। ରାସ୍ତା କାମରେ ନିୟୋଜିତ ୬ଟି ଟ୍ରାକ୍ଟର ଓ ଗୋଟିଏ ପାଣି ଟ୍ୟାଙ୍କରକୁ ଜାଳିଦେଲେ ମାଓବାଦୀ। ଛତିଶଗଡ଼ ଏବଂ ମାହାରାଷ୍ଟ୍ର ସୀମାନ୍ତବର୍ତ୍ତୀ ଗଡଚରୋଲି ମେଣ୍ଡାପଲ୍ଲି ନିକଟରେ ହିଂସାକାଣ୍ଡ ଘଟିଛି।

ଘଟଣାସ୍ଥଳରେ ମାଓବାଦୀମାନେ ମାଓ ପୋଷ୍ଟର ଓ ବ୍ୟାନର ଛାଡିଯାଇଛନ୍ତି। ଏଥିରେ ଭାରତ ବନ୍ଦ ଡାକରାରୁ ପୂର୍ଣ୍ଣ ସମର୍ଥନ ଦେବାକୁ ସାଧାରଣ ଲୋକଙ୍କୁ ଆହ୍ଵାନ୍‌ ଦେଇଛନ୍ତି। ଗତକାଲି ଛତିଶଗଡ଼ ସୁକ୍‌ମା ଜିଲ୍ଲାରେ ୭ଟି ଗାଡିକୁ ମାଓବାଦୀ ଜାଳିଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.