ଟ୍ରକକୁ ଟ୍ରକ ଓଭରଟେକ୍ କରୁଥିବାବେଳେ ଯାଜପୁର ବାରବାଟୀ ଛକରେ ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଯାଜପୁର(କେନ୍ଯୁଜ୍): ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ବାରବାଟୀ ଛକରେ ଦୁର୍ଘଟଣା । ସୂଚନା ମୁତାବକ ଏକ ଟ୍ରକ ଅନ୍ୟ ଏକ ଟ୍ରକକୁ ଅତିକ୍ରମ କରୁଥିବା ସମୟରେ ରାଜପଥ ପାଶ୍ୱର୍ରେ ଛିଡା ହୋଇଥିବା ଲୋକଙ୍କ ଉପରେ ଚଢି ଯାଇଥିଲା । ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ଜଣ ଗୁରତର ଆହତ ହୋଇଛି ।

ମୃତକ ଜଣକ ହେଲେ ନିକଟସ୍ଥ ପ୍ରଥମାଖଣ୍ଡ ଗ୍ରାମର ଚାଷୀ ଅମୂଲ୍ୟ ସେଠୀ । ବାରବାଟୀ ପରିବା ବଜାରକୁ ଏମାନେ ପରିବା ଆଣୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ଧର୍ମଶାଳା ପୋଲିସ ପହଂଚି ଘଟଣାର ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.