ସକାଳୁ ସକାଳୁ ରିୟା ଚକ୍ରବର୍ତ୍ତୀଙ୍କ ଘରେ ପହଞ୍ଚିଲା ଏନ୍‌ସିବି, ଚାଲିଛି ଯୋରଦାର ସର୍ଚ୍ଚ ଅପରେସନ୍‌

ମୁମ୍ବାଇ: ଗତ ଦୁଇ ମାସରୁ ଉର୍ଦ୍ଧ୍ୱ ହେବ ଚର୍ଚ୍ଚାରେ ରହିଛି ସୁଶାନ୍ତଙ୍କ ମୃତ୍ୟୁ ମାମଲା। ଦିନକୁ ଦିନ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ସୁଶାନ୍ତଙ୍କ ମୃତ୍ୟୁ ସହିତ ଡ୍ରଗ୍ସ କାରବାର ସଂପୃକ୍ତି ଥିବା ଖବର ଆସିବା ପରେ ଏନସିବି ଟିମ୍‌ ଜୋରସୋରରେ ଛାନଭିନ ଆରମ୍ଭ କରିଦେଇଛି।

ଆଜି ସକାଳୁ ସକାଳୁ ସୁଶାନ୍ତ ସିଂହ ରାଜପୁତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ଘରେ ପହଞ୍ଚିଲା ନାର୍କୋଟିକ୍‌ କଣ୍ଟ୍ରୋଲ ବ୍ୟୁରୋ । ରିୟାଙ୍କ ବିରୋଧରେ ଡ୍ରଗ୍ସ ସଂପର୍କିତ ମାମଲାରେ ଯାଞ୍ଚ‌ କରିଛି ଏନ୍‌ସିବି । ସାମୁଏଲ ମିରାଣ୍ଡାଙ୍କ ଘରେ ମଧ୍ୟ ଏନ୍‌ସିବିର ଏକ ଟିମ୍‌ ସର୍ଚ୍ଚ ଅପରେସନ୍‌ କରିଛି । ରିୟା ଓ ରିୟାଙ୍କ ଭାଇ ସୌଭିକ୍‌ ଚକ୍ରବର୍ତ୍ତୀଙ୍କ ମଧ୍ୟରେ ହ୍ଵାଟ୍‌ସପ୍‌ ଚାଟ୍‌ ଆସିବା ପରେ ଛାନ୍‌ଭିନ୍‌କୁ କଡାକଡି କରାଯାଇଛି । ଇଡିର ଖୋଳତାଡ଼ ବେଳେ ରିୟାଙ୍କ ଡ୍ରଗ୍‌ସ ଲିଙ୍କ୍‌ ସାମ୍ନାକୁ ଆସିଥିଲା ।

Rheaସେପଟେ ଡ୍ରଗ୍ସ ମାମଲାରେ ଏନ୍‌ସିବି ଦ୍ୱାରା ଗିରଫ ହୋଇଥିବା ଜୈଦ ବିଲାତ୍ରାଙ୍କୁ କୋର୍ଟରେ ହାଜର କରାଯାଇଛି । ତାଙ୍କୁ ୧୦ ଦିନ ପାଇଁ ରିମାଣ୍ଡରେ ନେବା ପାଇଁ ଏନ୍‌ସିବି ଆଦେବନ କରିଛି । ଗତକାଲି ପୁଣି ରିୟା ଚକ୍ରବର୍ତ୍ତୀଙ୍କ ବାପା ଇନ୍ଦ୍ରଜିତ୍‌ଙ୍କୁ ଜେରା କରିଛି ସିବିଆଇ । ଲଗାତାର ୫ ଘଣ୍ଟା ଜେରା ପରେ ସେ ବାହାରିଥିଲେ । ଗତ ଦୁଇ ଦିନରେ ତାଙ୍କୁ ୧୮ ଘଣ୍ଟା ପଚରାଉଚରା କରାଯାଇଛି । ସୁଶାନ୍ତଙ୍କ ଘରେ କାମ କରୁଥିବା ନିରଜ ସିଂହ ଏବଂ କେଶବ ବଚନେରଙ୍କ ସମେତ ଥେରାପିଷ୍ଟ ସୁମନ ୱାଲକରଙ୍କୁ ଜେରା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.