Below header

ଭାରସାମ୍ଯ ହରାଇ ରାସ୍ତାରେ ପିଟି ହେଲା କାର: ବର୍ତ୍ତି ଗଲା ଝିଅ; ଚାଲିଗଲା ବାପାର ଜୀବନ

କାମାକ୍ଷାନଗର (କେନ୍ୟୁଜ): ବାଟରେ ଜଗି ଥିଲା ଯମ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର-କଙ୍କଡାହାଡ଼ ପୂର୍ତ୍ତ ବିଭାଗ ରାସ୍ତାର ଭାଲୁମୁଣ୍ଡା ନିକଟରେ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ତେଲକୋଇ ଥାନା କରଡାଙ୍ଗୀ ଗାଁର ଭିକାରୀ ପ୍ରଧାନ । ଭିକାରୀ ଏକ କାର ଯୋଗେ ନିଜ ଝିଅ ଓ ଡ୍ରାଇଭରଙ୍କୁ ଧରି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ୱାସ୍ଥ୍ୟ ଦେଖାଇବାକୁ ଯାଉଥିଲେ ।

ଭାଲୁମୁଣ୍ଡା ଗାଁ ନିକଟରେ କାରଟି ଭାରସାମ୍ଯ ହରାଇ ରାସ୍ତା କଡରେ ଥିବା ଏକ ବଡ଼ ପଥରରେ ଧକ୍କା ହୋଇ ଯାଇଥିଲା । ଗୁରୁତର ଅବସ୍ଥାରେ ଭିକାରିଙ୍କୁ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ମାତ୍ର ଅଳ୍ପକେ ତାଙ୍କ ଝିଅ ଓ ଡ୍ରାଇଭର ବର୍ତ୍ତି ଯାଇଛନ୍ତି । ଏ ନେଇ କାମାକ୍ଷାନଗର ପୋଲିସ କାରଟିକୁ ଜବତ କରିବା ସହ ମୃତ ଦେହ ଉଦ୍ଧାର କରି ଅଧିକ ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.