ଅନୁଗୋଳରେ ପୁଣି ମାତିଲା ଗୋଠ ଛଡା ହାତୀ: ଜଣଙ୍କୁ ଦଳି ମାରିଦେଲା

ଦଳିଦେଲା ଦନ୍ତା। ଅନୁଗୋଳ ଜିଲ୍ଲା ବନ୍ତଳା ବନାଞ୍ଚଳରେ ପୁଣି ମାତିଲା ଗୋଠ ଛଡା ହାତୀ। ମୃତକ ବସଲା ଗାଁର ଭାବ ଜେନା। ଆଜି ସକାଳେ ଭାବ ଶୌଚ ହେବାକୁ ଯାଇଥିବାବେଳେ ଦନ୍ତା ହାବୁଡ଼ରେ ପଡ଼ିଥିଲେ। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି।

ଅନୁଗୋଳ (କେନ୍ୟୁଜ୍): ଦଳିଦେଲା ଦନ୍ତା। ଅନୁଗୋଳ ଜିଲ୍ଲା ବନ୍ତଳା ବନାଞ୍ଚଳରେ ପୁଣି ମାତିଲା ଗୋଠ ଛଡା ହାତୀ। ମୃତକ ବସଲା ଗାଁର ଭାବ ଜେନା। ଆଜି ସକାଳେ ଭାବ ଶୌଚ ହେବାକୁ ଯାଇଥିବାବେଳେ ଦନ୍ତା ହାବୁଡ଼ରେ ପଡ଼ିଥିଲେ। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି।

ଉତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ ବନ୍ତଳା କଟକ ରାଜ୍ୟ ରାଜପଥ ଅବରୋଧ କରିଛନ୍ତି। ରାସ୍ତାରେ ଟାୟାର ଜାଳି ଧାରଣା ଦେଇଛନ୍ତି। ବାରମ୍ବାର ହାତୀ ଆକ୍ରମଣରେ ଲୋକଙ୍କ ଧନ ଜୀବନ ନଷ୍ଟ ହେଉଥିବାରୁ ସୁରକ୍ଷା ଦେବାକୁ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.