Below header

ଭୁବନେଶ୍ବର ଏଜି ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଜଣେ ମୃତ

ଭୁବନେଶ୍ବର: ରାଜଧାନୀରେ ଗତକାଲି ବିଳମ୍ବିତ ରାତିରେ ଘଟି ଯାଇଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏଜି ଛକ ନିକଟରେ ଘଟିଥିବା ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏକ କାର ଦ୍ରୁତ ଗତିରେ ଆସି ଜଣେ ସାଇକେଲ ଆରୋହୀଙ୍କ ଉପରେ ମାଡିଯାଇଥିଲା ।

accident ଫଳରେ ସାଇକେଲ ଆରୋହୀଙ୍କୁ ଗୁରୁତର ଅବସ୍ଥା ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସକାଳେ ଉକ୍ତ କାରଟିକୁ କ୍ରେନ ସାହାଯ୍ୟରେ ନିଆଯାଇଥିବା ବେଳେ ଚାଳକ ଫେରାର ହୋଇ ଯାଇଥିବା ଜଣାପଡିଛି । ପୋଲିସ ସିସିଟିଭି ଦେଖି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.