ଦୁଇ ହିରୋଙ୍କ ଏଣ୍ଟ୍ରି ସିନର ବଜେଟ କେବଳ ୪୦ କୋଟି . . . ବାହୁବଳିକୁ ଟପିବ କି ରାଜାମୌଲିଙ୍କ ଏହି ସିନେମା ?

ଦେଶର ସମସ୍ତ ସିନେପ୍ରମୀଙ୍କ ହୃଦୟ ଏକ ଛାପ ହୋଇ ରହିଯାଇଛି ବ୍ଲକବଷ୍ଟର ଫିଲ୍ମ ବାହୁବଳି । ଗୋଟିଏ ପରେ ଗୋଟିଏ ରେକର୍ଡ ସହ ଏକାଧିକ ଆୱାର୍ଡ ନିଜ ନାଁରେ କରିଥିଲା ରାଜାମୌଲିଙ୍କ ଏହି ସିନେମା । ଏବେ ପୁଣି ଏକ ରେକର୍ଡ କରିବା ଲକ୍ଷରେ ରାଜାମୌଲିଙ୍କ ଆଉ ଏକ ସିନେମା ଆରଆରଆର୍ । ତେବେ ଫିଲ୍ମ କେଉଁ ରେକର୍ଡ କରିବ ଜାଣିବା ଆଗରୁ ନଜର ପକାନ୍ତୁ ଏହାର ଷ୍ଟାରକାଷ୍ଟ ଉପରେ ।

ସ୍ବାଧୀନତା ପୂର୍ବରୁ ୧୯୨୦ର କାଲଖଣ୍ଡର କାହାଣୀ କହିବ ଫିଲ୍ମ ଆରଆରଆର୍ । ସ୍ବାଧୀନତା ସଂଗ୍ରାମୀ ଅଲ୍ଲୁରୀ ସୀତାରାମ ଏବଂ କୋମାରାମ ଭୀମଙ୍କ ଉପରେ ଆଧାରିତ ଏହି ଫିଲ୍ମରେ ଏକାଠି ନଜର ଆସିବେ ସାଉଥର ଦୁଇ ସୁପରଷ୍ଟାର୍ ରାମ ଚରଣ ଏବଂ ଜୁନିୟର୍ ଏନଟିଆର୍ । ଅଲ୍ଲୁରୀଙ୍କ ଭୂମିକାରେ ରାମ ଚରଣ ଅଭିନୟ କରୁଥିବା ବେଳେ କୋମାରାମଙ୍କ ଚରିତ୍ରରେ ନଜର ଆସିବେ ଜୁନିୟର୍ ଏନଟିଆର୍ । ଫିଲ୍ମରେ ରାମଚରଣଙ୍କ ଲେଡି ଲଭ୍ ହୋଇଛନ୍ତି ଚୁଲବୁଲି ଆଲିୟା । ଏହା ସହ ଫିଲ୍ମରେ ଅଜୟ ଦେବଗନଙ୍କର ମଧ୍ୟ ଖାସ୍ ଭୂମିକା ରହିଛି ।

ଏହା ସହ ପଢନ୍ତୁ ୧୯୯୪ରେ ହେବାକୁ ଥିଲା ସଙ୍ଗୀତା-ସଲମାନଙ୍କ ବିବାହ, ଏହି କାରଣରୁ ତୁଟିଗଲା ସମ୍ପର୍କ

film rrrତେବେ ଫିଲ୍ମଟି ଫ୍ଲୋରକୁ ଆସିବା ପୂର୍ବରୁ ହିଁ ରେକର୍ଡ କରିସାରିଲାଣି । ଦୁଇ ହିରୋଙ୍କ ଏଣ୍ଟ୍ରି ସିନ ପାଇଁ ଯେତିକି ଖର୍ଚ୍ଚ ହୋଇଛି ସେତିକି ବଜେଟରେ ଏକ ମୁଭି ତିଆରି ହୋଇଯିବ । ଆରଆରଆରରେ ରାମଚରଣଙ୍କ ଏଣ୍ଟ୍ରି ସିନ୍ ପାଇଁ ଖର୍ଚ୍ଚ ହୋଇଛି ୧୫ କୋଟି । ତେବେ ରାମଚରଣଙ୍କ ସିନଠୁ ବିଶାଳ ସିନ୍ ହେବାକୁ ଯାଉଛି ଜୁନିୟର୍ ଏନଟିଆରଙ୍କର । ତାଙ୍କର ଓପନିଙ୍ଗ୍ ସିନ୍ ପାଇଁ ବଜେଟ୍ ହେଉଛି ୨୫ କୋଟି । ଯଦି ଫିଲ୍ମର କେବଳ ଏହି ଦୁଇ ସିନ୍ ପାଇଁ ଖର୍ଚ୍ଚ ହେଉଛି ୪୦ କୋଟି ତେବେ ଚିନ୍ତା କରନ୍ତୁ ଫିଲ୍ମର ବଜେଟ୍ କେତେ ଥିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.