Below header

ପୁଣି ଅଡୁଆରେ ସାମୀ: ମହିଳାଙ୍କ ଗମ୍ଭୀର ଅଭିଯୋଗ, ସ୍କ୍ରିନ୍ ସଟ୍ ହେଲା ଭାଇରାଲ୍

ଟିମ୍ ଇଣ୍ଡିଆର କ୍ଷିପ୍ର ବୋଲରମାନଙ୍କ ଭିତରେ ମହମ୍ମଦ ସାମୀ ଅନ୍ୟତମ । ଯିଏ ଏବେ ପୁଣି ଥରେ ବିବାଦ ଭିତରେ ଛନ୍ଦି ହୋଇଛନ୍ତି । ଆପଣ ସଭିଏଁ ଜାଣିଛନ୍ତି ସାମୀଙ୍କ ଗତ ୧ବର୍ଷ ବହୁତ ସମସ୍ୟା ଭିତରେ କଟିଥିଲା । ପତ୍ନୀ ହସୀନ୍ ତାଙ୍କ ଉପରେ ଘରୋଇ ହିଂସା,ଅବୈଧ ସମ୍ପର୍କ ସମେତ ବହୁ ଅଭିଯୋଗ ଲଗାଇଥିଲେ । ଯାହାଫଳରେ ସେ ବହୁ ଆଲୋଚନାର ଶିକାର ହୋଇ ସମସ୍ୟାର ସାମ୍ନା କରିଥିଲେ ଏବଂ ବହୁ ଚେଷ୍ଟା କରି ଉକ୍ତ ସମସ୍ୟା ଭିତରକୁ ମଧ୍ୟ ବାହାରି ଆସିଥିଲେ । କିନ୍ତୁ ଏବେ ଏହି ଭାରତୀୟ କ୍ରିକେଟ ଦଳର ବୋଲର ପୁଣି ବିବାଦ ଭିତରେ ଫସି ଯାଇଛନ୍ତି ।

mahammadୱାଲ୍ଡ କପ୍ ରେ ନିଜର ଭଲ ପ୍ରଦର୍ଶନ ପାଇଁ ଗୋଟେପଟେ ସେ ଚର୍ଚ୍ଚିତ ଥିବାବେଳେ ଅନ୍ୟପଟେ ସୋଫିଆ ନାମକ ଜଣେ ମହିଳା ଅଭିଯୋଗ କରିଛନ୍ତି କି ,ସାମୀ ତାଙ୍କ ନିକଟକୁ ବାରମ୍ବାର ମେସେଜ୍ ପଠାଉଛନ୍ତି । ସୋଫିଆ ନିଜ ଟ୍ବିଟର ଆକାଉଣ୍ଟରେ ଯାହାର ସ୍କ୍ରିନ୍ ସଟ୍ ସେୟାର କରି ସାମୀଙ୍କ ବ୍ୟକ୍ତିତ୍ବ ଉପରେ ପୁଣି ପ୍ରଶ୍ନ ଉଠାଛନ୍ତି ।

sofiaଏହି ସ୍କ୍ରିନ୍ ସଟରେ ମହମ୍ମଦ ସାମୀ ସୋଫିଆଙ୍କୁ ନିଜ ଇଷ୍ଟାଗ୍ରାମ ଆକାଉଣ୍ଟରେ ଗୁଡ୍ ଆଫଟରନୁନ୍ ଲେଖି ପଠାଇଛନ୍ତି । ସୋଫିଆ ସାମୀଙ୍କ ଏହି ମେସେଜ୍ ର ସ୍କ୍ରିନ୍ ସଟ୍ ନେଇ ସେୟାର କରି ଲେଖିଛନ୍ତି, ସାମୀ ପରି ଲୋକପ୍ରିୟ ଖେଳାଳି ତାଙ୍କୁ ମେସେଜ୍ ପଠାଉଛନ୍ତି । ଏହା ସହିତ ସୋଫିଆ ଲେଖିଛନ୍ତି କଣ କେହି କହିପାରିବେ କି ୧.୪ ମିଲିୟନ ଫଲୋୟର ଥିବା କୌଣସି କ୍ରିକେଟର ତାଙ୍କୁ ମେସେଜ୍ କାହିଁକି ପଠାଉଛନ୍ତି ।

sammiଏଠାରେ କହିରଖୁଛୁ ଯେ, ଏହି ସ୍କ୍ରିନ୍ ସଟ୍ ରେ ଭଲ ଭାବେ ଦେଖିବାକୁ ମିଳୁଛି କି ସାମୀଙ୍କ ପ୍ରୋଫାଇଲରେ ନୀଳ ରଙ୍ଗର ଟିକ୍ ମରାଯାଇଛି। ଯାହା ଭେରିଫାଇଡ୍ ଆକାଉଣ୍ଟ ବୋଲି ଧରାଯାଏ । ଏହା ପୂର୍ବରୁ ମଧ୍ୟ ସାମୀଙ୍କୁ ତାଙ୍କ ପତ୍ନୀ ବିଭିନ୍ନ ଝିଅମାନଙ୍କ ସହିତ ମେସେଜ୍ କରୁଥିବା ନେଇ ଧରିଥିଲେ । ହସୀନ୍ ମଧ୍ୟ ଏହାର ସ୍କ୍ରିନ୍ ସଟ୍ ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିଲେ । ଏହାପରେ ହିଁ ସାମୀ ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ବିବାଦ ମୁଣ୍ଡ ଟେକିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.