ବାଙ୍କୀ ଥାନା ଅନ୍ତର୍ଗତ କରବରଠାରେ ଭାରସାମ୍ୟ ହରାଇ ଓଲଟି ପଡିଲା ଟ୍ରକ୍, ଜଣେ ମୃତ

ବାଙ୍କୀ: ବାଙ୍କୀ ଥାନା ଅନ୍ତର୍ଗତ କରବରଠାରେ ଏକ ଟ୍ରକ୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନା ମୁତାବକ ଆଜି ଭୋର ୪ଟା ପାଖାପାଖି ସମୟରେ ଏକ ଟ୍ରକ ରେଲୱେରେ ବ୍ଯବହାର ହେଉଥିବା ସ୍ଲାବ୍ ନେଇ ଯାଉଥିବାବେଳେ ହଠାତ୍ ଓଲଟି ପଡି ଗୋଟିଏ ଘରେ ପିଟି ହୋଇଯାଇଥିଲା । ଫଳରେ  ଚାପି ହୋଇ ଟ୍ରକ ଡ୍ରାଇଭର ଜଣଙ୍କ  ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ଅନ୍ଯପଟେ ଟ୍ରକ୍ ଭିତରେ ଥିବା ହେଲପରଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ତେବେ ଯେଉଁ ଘର ଉପରେ ଟ୍ରକଟି ଓଲଟିପଡିଲା, ସେହି ପରିବାର ଲୋକ ଅଳ୍ପକେ ବର୍ତ୍ତିଯାଇଛନ୍ତି। କିନ୍ତୁ ଘରର କାନ୍ଥ ଭାଙ୍ଗି ଯାଇଥିବା ଜଣାଯାଇଛି। ଏନେଇ ଖବର ପାଇ ବାଙ୍କୀ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.