ଗଞ୍ଜାମ ତପ୍ତପାଣି ଘାଟୀ ମୃଗ ବିହାର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବାଇକ ଚାଳକ ମୃତ

ବ୍ରହ୍ମପୁର(କେନ୍ୟୁଜ୍‌): ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟୀ ମୃଗ ବିହାର ନିକଟରେ ଟ୍ରକ୍ ଧକ୍କାରେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ବାଇକ ପଛରେ ବସିଥିବା ଜଣେ ଆହତ ହୋଇଛନ୍ତି। ମୋହନା ଥାନା ଆଲାପଙ୍କା ଗାଁର ସୁଧାକର ରଇତ ପାଟପୁର ଥାନା ଜକରା ପଲ୍ଲୀକୁ ଆସିଥିଲେ।

ଆଜି ସକାଳେ ଜକରା ପଲ୍ଲୀର ସଂଜୀବ ଶବର ଓ ସୁଧାକର ବାଇକ ଯୋଗେ ଆଲାପଙ୍କାକୁ ଯାଉଥିବା ବେଳେ ଦୃତ ଗତିରେ ଯାଉଥିବା ଏକ ଟ୍ରକ୍ ଧକ୍କା ଦେଇଥିଲା। ଯାହାଫଳରେ ଘଟଣା ସ୍ଥଳରେ ହିଁ ସୁଧାକରଙ୍କ ମୃତ୍ୟୁ ହୋଇଯାଇଥିଲା ବେଳେ ଆହତ ଅବସ୍ଥାରେ ସଂଜୀବଙ୍କୁ ଦିଗପହଣ୍ଡି ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଫେରାର ହେବା ପାଇଁ ଦୌଡ଼ି ଜଙ୍ଗଲ ପଟେ ଚାଲିଯାଉଥିବା ବେଳେ ସ୍ଥାନୀୟ କିଛି ଯୁବକ ଧରି ପୋଲିସର ଜିମା ଦେଇଛନ୍ତି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.