ବଡ଼ବିଲ୍‌ ଫରେଷ୍ଟ ଅଫିସ ନିକଟ ବେଲକୁଣ୍ଡି ରାସ୍ତାରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ଜଣେ ନାବାଳକ ମୃତ, ୪ଗୁରୁତର

ଯୋଡା(କେନ୍ଯୁଜ୍): ବଡ଼ବିଲ୍‌ ଫରେଷ୍ଟ ଅଫିସ ନିକଟ ବେଲକୁଣ୍ଡି ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ଜଣେ ନାବାଳକର ମୃତ୍ୟୁ ହୋଇଥିବା ବେଳେ ୪ ନାବାଳକ ଗୁରୁତର ଅଛନ୍ତି । ବରକତ ନଗର ଅଞ୍ଚଳର ୩ ଜଣ ନାବାଳକ ବୁଲେଟରେ ଯାଉଥିବା ବେଳେ ୨ ନାବାଳକ ଚଲାଉଥିବା ହୋଣ୍ଡା ବାଇକ ସହ ଧକ୍କା ହୋଇଥିଲା ।

ଦୁର୍ଘଟଣାରେ ପିଏଚ୍‌ଡି ଅଞ୍ଚଳର ସୁମିତ କୁମାର ପାତ୍ରଙ୍କ ମୃତ୍ୟୁ ହୋଇଛି । ସେପଟେ ଚିନ୍ମୟ ନାୟକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ, ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟ ୩ ଗୁରୁତର ଯୋଡ଼ା ଟାଟା ଷ୍ଟିଲ ମେଡିକାଲ ଓ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ବଡ଼ବିଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.