ସାରା ରାଜ୍ୟରେ ଶୀତ ଲହରୀ: ୮ ସହରରେ ତାପମାତ୍ରା ୧୫ ଡିଗ୍ରୀ ତଳେ, ଦାରିଙ୍ଗବାଡିରେ ସର୍ବନିମ୍ନ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଆରମ୍ଭ ହୋଇଯାଇଛି ଶୀତ ଲହରୀ। ଖସିବାରେ ଲାଗିଛି ପାରଦ। ୮ ସହରରେ ୧୫ ଡିଗ୍ରୀ ତଳେ ରହିଛି ତାପମାତ୍ରା। ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରୀ ସେଲସିସ୍‌ ରେକର୍ଡ କରାଯାଇଛି। ସେହିଭଳି ପୁଲବାଣୀରେ ୧୧.୫, କୋରାପୁଟରେ ୧୨ ଓ କେନ୍ଦୁଝରରେ ୧୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ ପବନ ବୋହୁଥିବାରୁ ତାପମାତ୍ରା କମିବାରେ ଲାଗିଛି। ଅନ୍ୟପଟେ ଆଜି ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ଲାଗିରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.