ସିକିମରେ ନିଖୋଜ ଯବାନଙ୍କ ମଧ୍ୟରେ ଜଣେ ଓଡ଼ିଆ

ସିକିମ ବନ୍ୟାରେ ଭାସି ୨୩ ଯବାନ ନିଖୋଜ ଘଟଣା । ନିଖୋଜ ଯବାନଙ୍କ ମଧ୍ୟରେ ଜଣେ ଓଡ଼ିଶାର ଥିବା ସୂଚନା ମିଳିଛି

କେନ୍ୟୁଜ୍(ବ୍ୟୁରୋ): ପାହାଡି ରାଜ୍ୟ ସିକିମରେ ଭୟଙ୍କର ବନ୍ୟା। ବାଦଲଫଟା ବର୍ଷା ପରେ ଫ୍ଲାସଫ୍ଲଡ। ୧୪ ଜଣଙ୍କ ମୃତ୍ୟୁ ହୋଇଛି। ନିଖୋଜ ଅଛନ୍ତି ୧୨୦ ଜଣ। ହଠାତ୍ ପାଣି ମାଡି ଆସିବାରୁ ୨୩ ଯବାନ ଭାସି ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଓଡ଼ିଆଙ୍କୁ ଉଦ୍ଧାର କରାଯାଇଛି। ଫ୍ଲାସ ଫ୍ଲଡ୍ ଯୋଗୁଁ ଚୁନ୍ ଥାଙ୍ଗସ୍ଥିତ ତିସ୍ତା-ଥ୍ରୀ ଡ୍ୟାମ୍ ସହ ଛଅଟି ବ୍ରିଜ୍ ଧୋଇ ହୋଇଯାଇଛି। ୧୦ ନମ୍ବର ଜାତୀୟ ରାଜପଥର ଅନେକ ସ୍ଥାନରେ କ୍ଷତି ହୋଇଛି। ବାଦଲ ଫଟା ବ ର୍ଷା ଯୋଗୁ ଲୋନକ ହ୍ରଦରୁ ଅଚାନକ ବନ୍ୟା ପାଣି ମାଡି ଆସିଥିଲା।

ତୀସ୍ତା ନଦୀର ଜଳସ୍ତର ଅଚାନକ ପ୍ରାୟ ୨୦ ଫୁଟ ବଢ଼ି ଯାଇଥିଲା । ତୀସ୍ତା ନଦୀର ବନ୍ୟା ପାଣି ଧୋଇ ନେଇଛି ରାସ୍ତାଘାଟ, ବ୍ରିଜ । ପାଣି ସୁଅରେ ଭାସି ଯାଇଛି ସେନାର ୪୧ଟି ଗାଡ଼ି । ଭୟଙ୍କର ଭାବରେ ପ୍ରଭାବିତ ହୋଇଛି ୩ଟି ଜିଲ୍ଲା । ଧୋଇଯାଇଛି ସିକ୍କିମ-ପଶ୍ଚିମବଙ୍ଗକୁ ସଂଯୋଗ କରୁଥିବା ମୁଖ୍ୟ ରାଜପଥ । ରାଜଧାନୀ ଗ୍ୟାଙ୍ଗଟକ ସହ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି ।  ବର୍ତ୍ତମାନ ୧୪ ଜଣଙ୍କ ମୃତ୍ୟୁ ଖବର ରହିଛି। ଏ ସଂଖ୍ୟା ବଢିବା ଆଶଙ୍କା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.