ଚିକିତ୍ସା ଅଭାବରୁ ଭୀମସାରରେ କୋଭିଡ୍‌ ରୋଗୀଙ୍କ ମୃତ୍ୟୁ ପ୍ରସଙ୍ଗ: ମୃତକଙ୍କ ପରିବାରବର୍ଗଙ୍କୁ କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ(କେନ୍ୟୁଜ): ଚିକିତ୍ସା ଅଭାବରୁ ଭୀମସାରରେ କୋଭିଡ୍‌ ରୋଗୀଙ୍କ ମୃତ୍ୟୁ ପ୍ରସଙ୍ଗରେ ମୃତକଙ୍କ ପରିବାରବର୍ଗଙ୍କୁ କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ୧୩ଟି ପରିବାରକୁ କ୍ଷତିପୂରଣ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୨ଟି ପରିବାରକୁ ୫ ଲକ୍ଷ ଲେଖାଏ ଓ ଅନ୍ୟ ୧୧ଜଣ ମୃତକଙ୍କ ପରିବାରକୁ ୫୦ ହଜାର ଲେଖାଏ କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ମେ’୨ତାରିଖ ସୁଦ୍ଧା କ୍ଷତିପୂରଣ ପ୍ରଦାନ ସଂପର୍କରେ କମ୍ପ୍ଲାଏନ୍ସ ରିପୋର୍ଟ ସତ୍ୟପାଠ ମାଧ୍ୟମରେ ଜଣାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

କରୋନାର ଦ୍ୱିତୀୟ ଲହରରେ ଚିକିତ୍ସା ଅଭାବରୁ ଭୀମସାରରେ ରୋଗୀ ମୃତ୍ୟୁ ହୋଇଥିବା ଦର୍ଶାଇ ଦିଲ୍ଲୀର ଜୈନେକ ଆଇନଜୀବୀ ଜ୍ଞାନ ଦତ୍ତ ଚୌହାନ ହାଇକୋର୍ଟଙ୍କୁ ଏକ ଚିଠି ମାଧ୍ୟମରେ ଅବଗତ କରିଥିଲେ। ହାଇକୋର୍ଟ ଏହି ଚିଠିକୁ ଗୁରୁତ୍ୱର ଭାବେ ନେଇ ଜନସ୍ୱାର୍ଥ ମାମଲା ଭାବେ ଗ୍ରହଣ କରିଥିଲେ। ଏହି ଘଟଣାର ତଦନ୍ତ ପାଇଁ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ତଦନ୍ତ ରିପୋର୍ଟ ଆଧାରରେ ଆଜି ହାଇକୋର୍ଟ ରାୟ ପ୍ରଦାନ କରିଛନ୍ତି।

You might also like