Below header

ଭୁବନେଶ୍ୱର ହୋଟେଲ ନିମନ୍ତ୍ରଣରେ ଘୋଟାଲା: ବନ୍ଧାହେଲେ ଓଟିଡିସି ମ୍ୟାନେଜର ଓ ଠିକା କର୍ମଚାରୀ

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱର ହୋଟେଲ ନିମନ୍ତ୍ରଣରେ ଘୋଟାଲା। ବନ୍ଧାହେଲେ ଓଟିଡିସି ମ୍ୟାନେଜର ଓ ଠିକା କର୍ମଚାରୀ। ମ୍ୟାନେଜର ରାଜ୍ ଅର୍ଦ୍ଧେନ୍ଦୁ ଶେଖର ମହାନ୍ତି ଓ ଠିକା କର୍ମଚାରୀ ସୁନିଲ ଘଡେଇଙ୍କୁ ବାନ୍ଧିଛି ପୋଲିସ୍।

୬ମାସରେ ୧୭ ଲକ୍ଷ ୫୦ହଜାର ଟଙ୍କା ଆତ୍ମସାତ କରିଥିଲେ । ପ୍ରତିଦିନ ଆୟର ୫୦ ପ୍ରତିଶତ ଟଙ୍କା ନିଜ ଆକାଉଣ୍ଟକୁ ନେଇ ଯାଉଥିଲେ ଏହି ଦୁଇ କର୍ମଚାରୀ। ଅଡିଟ ବେଳେ ଜଣାପଡିବା ପରେ ସହିଦନଗର ଥାନାରେ ଏନେଇ ଅଭିଯୋଗ ହୋଇଥିଲା। ଗତକାଲି ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ସହିଦନଗର ଥାନା ପୋଲିସ୍।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.