୮ ମାସର ଗର୍ଭବତୀ ମହିଳାଙ୍କ ଉପରେ ଚଢ଼ିଗଲା ବାଲି ବୋଝେଇ ଟ୍ରକ୍‌, ପେଟରୁ ବାହାରି ପଡ଼ିଲା ଜୀବନ୍ତ ଶିଶୁ

ନୂଆଦିଲ୍ଲୀ : ବୁଧବାର ଫିରୋଜାବାଦର ନରଖୀ ପୋଲିସ ଷ୍ଟେସନ ପରିସରରେ ଏକ ଯନ୍ତ୍ରଣାଦାୟକ ଘଟଣା ଘଟିଛି । ​​ଯେଉଁଥିରେ ଲୋକଙ୍କ ଛାତି ଥରି ଉଠିଛି। ଏକ ବାଲି ଭର୍ତ୍ତି ଡମ୍ପର ଚାପାରେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ହୋଇଥିଲା । ଏହି ସମୟରେ ପେଟରୁ ଆଶ୍ଚର୍ଯ୍ୟଜନକ ଭାବେ ଜୀବନ୍ତ ଅବସ୍ଥାରେ ଶିଶୁ-କନ୍ୟାଟିଏ ବାହାରି ପଡ଼ିଥିଲା । ତେବେ ନବଜାତ ଶିଶୁକୁ ଆମ୍ବୁଲାନ୍ସ ମାଧ୍ୟମରେ ହସ୍ପିଟାଲକୁ ନିଆଯାଇଥିଲା ଯେଉଁଠାରେ ଶିଶୁ କନ୍ୟାଟି ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛି ବୋଲି ଖବର ମିଳିଛି।

ସୂଚନାନୁସାରେ, ଆଗ୍ରା ଧନୌଲି ନିବାସୀ ରାମୁଙ୍କ ପତ୍ନୀ କାମିନୀ (୨୬) ପ୍ରାୟ ଆଠ ମାସ ଗର୍ଭବତୀ ହୋଇଥିଲେ। ସ୍ୱାମୀଙ୍କ ସହ ବାଇକ୍ ଯୋଗେ ଫିରୋଜାବାଦର କୋଟଲା ଫରିହା ଅଞ୍ଚଳରେ ଥିବା ବାପଘରକୁ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା। ସ୍ଥାନୀୟ ବାସିନ୍ଦାମାନଙ୍କ କହିବା ଅନୁସାରେ, ବିପରୀତ ପଟୁ ଆସୁଥିବା ଗୋଟାଏ କାର୍‌ ସହିତ ଧକ୍କା ଖାଇବାରୁ ବର୍ତ୍ତିବା ଲାଗି ଉଦ୍ୟମ କରୁଥିବା ବେଳେ କାମିନୀଙ୍କ ସ୍ବାମୀ ବାଇକ୍‌ ଉପରୁ ନିୟନ୍ତ୍ରଣ ହରାଇବାରୁ କାମିନୀ ତଳେ ପଡ଼ିଯାଇଥିଲେ। ସେତିକି ବେଳେ ଦ୍ରୁତ ବେଗରେ ଆସୁଥିବା ଟ୍ରକ୍‌ଟି ତାଙ୍କ ଉପରେ ଚଢ଼ି ଯାଇଥିଲା।

ଦୁର୍ଘଟଣା ପରେ ଗର୍ଭବତୀ କାମିନୀଙ୍କର ଘଟଣା ସ୍ଥଳରେ ପ୍ରାଣ ହରାଇଥିବାବେଳେ ତାଙ୍କ ନବଜାତ ଶିଶୁକୁ କୌଣସି ଆଘାତ ଲାଗିନଥିଲା । ଏଥିସହିତ ନିରାପଦ ଥିବା ନବଜାତକର ଆବଶ୍ୟକ ଚିକିତ୍ସା ଚାଲିଛି। ବାଇକ୍‌ ଚଳାଉଥିବା ତା’ର ବାପା ମଧ୍ୟ ସୁସ୍ଥ ଅଛି। କିନ୍ତୁ, ଟ୍ରକ୍‌ ଚଳାଉଥିବା ଡ୍ରାଇଭର୍‌ ଘଟଣାସ୍ଥଳରେ ଟ୍ରକ୍‌ ଛାଡ଼ି ପଳାଇଛି। ସି.ସି.ଟି.ଭି. କ୍ୟାମେରା ଯାଞ୍ଚ କରାଯାଇ ତାଙ୍କୁ ଧରିବାକୁ ଉଦ୍ୟମ ଚାଲିଛି। ମୃତା ମହିଳାଙ୍କ ସ୍ବାମୀଙ୍କ ଅଭିଯୋଗକୁ ଭିତ୍ତି କରି ‘ଏଫ୍‌ଆଇଆର୍‌’ ରେଜିଷ୍ଟ୍ରି କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.