ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ଅବସ୍ଥାରେ କୌଣସି ଉନ୍ନତି ଦେଖାଯାଉନଥିବାରୁ ଏବେ ବି ଆଇସିୟୁରେ ଚାଲିଛି ଚିକିତ୍ସା

କଟକ: ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର । କରୋନାରେ ଆକ୍ରାନ୍ତ ହୋଇ କଟକ ଏସସିବିରେ ଚିକିତ୍ସିତ ହେଉଥିବା ପ୍ରକାଶ ରାଓଙ୍କ ଅବସ୍ଥା ଗୁରୁତର ରହିଥିବା କହିଛନ୍ତି ଏସସିବିର ଜରୁରୀକାଳିନ ଅଧିକାରୀ ଭୁବନାନନ୍ଦ ମହାରଣା।

ଅବସ୍ଥାରେ କୌଣସି ଉନ୍ନତି ଦେଖାଯାଉନଥିବାରୁ ଏବେ ବି ଆଇସିୟୁରେ ଚିକିତ୍ସା ଚାଲିଛି । କରୋନାରେ ଆକ୍ରାନ୍ତ ହେବା ପରେ ସେ ହୋମ ଆଇସୋଲେସନରେ ଥିଲେ । ତେବେ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ହେବାରୁ ଗତ ୨୪ତାରିଖରେ ତାଙ୍କୁ ଏସସିବିରେ ଭର୍ତ୍ତି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.