ପଦ୍ମପୁରରେ ବଢୁଛି ପ୍ରଚାର ତାତି, ଦିନ ରାତି ଏକ କରି ହାଇଭୋଲଟେଜ୍ କ୍ୟାମ୍ପେନ ଚଳାଇଛନ୍ତି ୩ ଦଳର ପ୍ରାର୍ଥୀ

ପଦ୍ମପୁର(କେନ୍ୟୁଜ): ପାଖଉଛି ତାରିଖ, ବଢୁଛି ନିର୍ବାଚନୀ ଉଷ୍ଣତା। ପଦ୍ମପୁରରେ ବଢୁଛି ପ୍ରଚାର ତାତି। ଦିନ ରାତି ଏକ କରି ହାଇଭୋଲଟେଜ୍ କ୍ୟାମ୍ପେନ ଚଳାଇଛନ୍ତି ୩ ଦଳର ପ୍ରାର୍ଥୀ। ଦଳୀୟ ନେତା ଓ କର୍ମୀଙ୍କ ଗହଣରେ ବିଭିନ୍ନ ପଞ୍ଚାୟତରେ ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା ଜୋରଦାର ପ୍ରଚାର ଚଳାଇଛନ୍ତି। ରୋଡ ଶୋ ମାଧ୍ୟମରେ ଭୋଟ୍ ଦେବାକୁ ଭୋଟରଙ୍କୁ ନିବେଦନ କରିଛନ୍ତି।
ଅନ୍ୟପଟେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ମଧ୍ୟ ପଦ୍ମପୁରରେ କ୍ୟାମ୍ପେନକୁ ଜୋରଦାର କରିଛନ୍ତି । ବିଭିନ୍ନ ସ୍ଥାନରେ ସଭା ଓ ଶୋଭାଯାତ୍ରାରେ ଭୋଟ୍ ମାଗୁଛି ବିଜେପି । ଆଖି ଛଳ ଛଳ କରି ଭାବବିହ୍ଵଳ ପରିବେଶ ମଧ୍ୟରେ ଭୋଟ ଭିକ୍ଷା କରିଛନ୍ତି।
Overwhelmed by the love & support of the people of Jharbandh Block of Padmapur constituency for Hon’ble CM @Naveen_Odisha & @bjd_odisha candidate Smt Barsha Singh Bariha during campaigning & public meetings today.#VoteForBJD #VoteForDevelopment#PadmapurByElection pic.twitter.com/AInK5fSH8h
— Sujeet Kumar 🇮🇳 (@SujeetKOfficial) November 23, 2022
କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ପଦ୍ମପୁର ଓ ପାଇକମାଲ ବ୍ଲକର ବିଭିନ୍ନ ସ୍ଥାନରେ କ୍ୟାମ୍ପେନ ଚଳାଇଛନ୍ତି। ପ୍ରଚାରକୁ ଆଉ ୯-୧୦ ଦିନ ବାକି ଅଛି। ଆଗକୁ ତିନି ଦଳର ତରଫରୁ ଜୋରଦାର ପ୍ରଚାର ଦେଖିବାକୁ ମିଳିବ। କ୍ୟାମ୍ପେନରେ ଅଧିକ ସଂଖ୍ୟକ ହେଭିୱେଟ୍ ସାମିଲ ହେବେ।
Also Read: ଖୁସି ଖବର! ଭୁବନେଶ୍ୱରରେ କମିଲା ପେଟ୍ରୋଲ ଓ ଡିଜେଲ, ଜାଣନ୍ତୁ ଲିଟର ପିଛା ଆଜି କେତେ ଅଛି ଦାମ୍