ଗୋଟିଏ ଯୁଗର ଅବସାନ, ଚିର ନିଦ୍ରାରେ ସଂଗୀତ ଯାଦୁଗର ପଦ୍ମଶ୍ରୀ ପ୍ରଫୁଲ୍ଲ କର

କେନ୍ୟୁଜ୍(ବ୍ୟୁରୋ)  ସ୍ବର୍ଗର ପାରିଜାତ ବନକୁ ଫେରିଗଲେ କମଳ ଦେଶ ରାଜକୁମାର। ଗୋଟିଏ ଯୁଗର ଘଟିଛି ଅବସାନ। ଚିର ନିଦ୍ରାରେ ସଂଗୀତ ଜଗତର ବାଦସାହା ପଦ୍ମଶ୍ରୀ ପ୍ରଫୁଲ୍ଲ କର। ବାର୍ଦ୍ଧକ୍ୟ ଜନିତ ରୋଗରେ ଦିର୍ଘ ଦିନ ହେବ ପୀଡିତ ଥିଲେ ପ୍ରଫୁଲ୍ଲ କର। ୮୩ ବର୍ଷ ବୟସରେ ଭୁବନେଶ୍ୱର  ସତ୍ୟନଗର ସ୍ଥିତ ନିଜ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ପଦ୍ମଶ୍ରୀ ପ୍ରଫୁଲ୍ଲ କର। ଆସନ୍ତା କାଲି ପୁରୀ ସ୍ୱର୍ଗ ଦ୍ୱାରରେ ତାଙ୍କର ଶେଷ କୃତ୍ୟ ହେବ ବୋଲି ସୂଚନା ମିଳିଛି ।

୧୬ ଫେବ୍ରୁଆରୀ ୧୯୩୯ ଜନ୍ମ ଗ୍ରହଣ କରିଥିବା ପ୍ରଫୁଲ୍ଲ  ୭୦ ଦଶକରୁ ନିଜ ସ୍ୱରର ଯାଦୁ ଓ ସଂଗୀତ ନିର୍ଦ୍ଦେଶନାରେ ଶ୍ରୋତା ମାନଙ୍କୁ ବାନ୍ଧି ରଖିଥିଲେ। ତାଙ୍କ ସଂଗୀତ ନିର୍ଦ୍ଦେଶନାରେ ବିଭିନ୍ନ ଓଡ଼ିଆ ଚଳଚିତ୍ର ସୁପର ଡୁପର ହିଟ୍ ହୋଇଥିଲା। ଆଜି ପର୍ଯ୍ୟନ୍ତ ବି ତାଙ୍କ ରଚିତ ଚିର ସବୁଜ ସଂଗୀତ ସବୁ ଓଡ଼ିଶାର କୋଣାନୁକୋଣେ ବଜୁଥିବାର ଶୁଣିବାକୁ ମିଳେ। ବିଶେଷକରି କମଳ ଦେଶ ରାଜକୁମାର ଗୀତଟି ତାଙ୍କ ପାଇଁ ବେସ୍ ସୁନାମ ଆଣିଦେଇଥିଲା। ଏଥି ପାଇଁ ପ୍ରଫୁଲ୍ଲ କରଙ୍କୁ ଭାରତ ସରକାରଙ୍କ ତରଫରୁ ୨୦୧୫ ମସିହାରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରଯାଇଥିଲା। ପ୍ରଫୁଲ୍ଲଙ୍କ କିଛି କାଳଜୟୀ ସଂଗୀତ ତାଙ୍କୁ ଚିର ଅମର କରି ରଖିବ। କେନ୍ୟୁଜ୍ ପରିବାର ତରଫରୁ କମଳ ଦେଶ ରାଜକୁମାରଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି।

Leave A Reply

Your email address will not be published.