ବାତ୍ୟା ମୁକାବିଲା ପାଇଁ ସରକାର ପ୍ରସ୍ତୁତ, ବିଭାଗୀୟ ଅଧିକାରୀଙ୍କ ସହ ସମୀକ୍ଷା କଲେ ପଞ୍ଚାୟତିରାଜ ମନ୍ତ୍ରୀ

ଭୁବନେଶ୍ବର(କେନ୍ୟୁଜ୍):  ବାତ୍ୟା ମୁକାବିଲା ନେଇ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ । ସମ୍ଭାବ୍ୟ ବାତ୍ୟାରେ ୧୮ ଜିଲ୍ଲା ୨୦୯ ବ୍ଲକ୍‌, ୭୭ ପୌରାଞ୍ଚଳ ପ୍ରଭାବିତ ହେବାର ଆଶଙ୍କା ରହିଛି । ସମସ୍ତ ବ୍ଳକ୍‌ ଓ ପୌର ମୁଖ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲାଯିବ । ବାତ୍ୟା ମୁକାବିଲା ପ୍ରସ୍ତୁତି ନେଇ ବିଭାଗୀୟ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା । ବାତ୍ୟା ଅଶ୍ରୟସ୍ଥଳୀକୁ କେମିତି ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ ଏବଂ ସେଠାରେ ବିଦ୍ୟୁତ, ପିଇବା ପାଣି, ରନ୍ଧାଖାଦ୍ୟ ବ୍ଯବସ୍ଥା କରାଯିବ ସେନେଇ ଆଲୋଚନା କରାଯାଇଛି । ବିଶେଷକରି ଖାଲୁଆ ଅଞ୍ଚଳରେ ପାଣି ନିଷ୍କାସନ ପାଇଁ ପମ୍ପସେଟ୍‌ ବ୍ୟବସ୍ଥା ହୋଇଛି । ପିଇବା ପାଣି ପାଇଁ ଟ୍ୟାାଙ୍କର ବ୍ୟବସ୍ଥା ହୋଇଛି

ସେପଟେ  ସମ୍ଭାବ୍ୟ ବାତ୍ୟାର ମୁକାବିଲା ନେଇ କିଭଳି ପ୍ରସ୍ତୁତି ଚଳାଇଛି ଅଗ୍ନିଶମ ବିଭାଗ। ସବୁ ଜିଲ୍ଲାରେ ଅଗ୍ନିଶମ ଟିମ୍‌ ପ୍ରସ୍ତୁତ ଅଛନ୍ତି ।ଅଗ୍ନିଶମ ଡିଜି ସନ୍ତୋଷ କୁମାର ଉପାଧ୍ୟାୟ ନିଜେ ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ସମସ୍ତ ୩୦ ଜିଲ୍ଲାକୁ ଆଲର୍ଟରେ ରଖାଯାଇଛି । SRCଙ୍କ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ କରାଯାଉଛି। ଜଳ ନିଷ୍କାସନ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ସମ୍ଭାବ୍ୟ ବାତ୍ୟା ନେଇ ସବୁ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ପ୍ରଭାବିତ ହେବାକୁ ଥିବା ସମ୍ଭାବ୍ୟ ଜିଲ୍ଲାଗୁଡ଼ିକ ଉପରେ ନଜର ରଖାଯାଇଛି । ଜିରୋ କାଜୁଆଲଟି ଉପରେ ଗୁରୁତ୍ୱ । ବାତ୍ୟା ଆଶ୍ରୟସ୍ଥଳକୁ ପ୍ରସ୍ତୁତ କରିସାରିଲେଣି ଟିମ୍‌ । ରାଜ୍ୟରେ ଥିବା ୩୩୯ଟି ଫାୟର ଷ୍ଟେସନକୁ ସଜାଗ୍‌ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ୧୭୫ ଅଗ୍ନିଶମ ୟୁନିଟ୍‌ ପ୍ରସ୍ତୁତ କରିବାକୁ କହିଛନ୍ତି SRC। ପ୍ରତି ଜିଲ୍ଲାରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ କାମ ହେବ । ଭୁବନେଶ୍ୱରର ୧୮ଟି ସ୍ଥାନରେ ଟିମ୍‌ ମୁତୟନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.