ପୁଣି STF ଜାଲରେ ବଜ୍ରକାପ୍ତା ଚୋରା ଚାଲାଣକାରୀ, ଗୋଟିଏ ଜୀବନ୍ତ ବଜ୍ରକାପ୍ତ ଜବତ

ଭୁବନେଶ୍ବର(କେନ୍ୟୁଜ୍):ଥମୁନାହିଁ ବଜ୍ରକାପ୍ତ ଚୋରା ଚାଲାଣ କାରବାର। ଓଡିଶାରୁ ଏବେ ବି ବେଧଡ଼କ ଭାବେ ଚାଲାଣ ହେଉଛି ବଜ୍ରକାପ୍ତା। ଯାହାର ଚେରକୁ ଖୋଜିବାରେ ବିଳଫ ହେଉଛି ପୋଲିସ ଓ ବନବିଭାଗ। କେବଳ ଚୋରା ଚାଳାଣକାରୀକୁ ଧରି ସାବାସୀ ସାଉଣ୍ଟୁଛି ବନ ବିଭାଗ। ଏହି ଭଳି ଆଜି ୨ ଜଣ ବଜ୍ରକାପ୍ତା ଚୋରା ଚାଲାଣକାରୀକୁ ଧରିଛ ବନବିଭଗ STF। ତା ଠାରୁ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଜବତ କରିବା ସହ ଉଭୟଙ୍କୁ ଗିରଫ କରିଛି।  ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ମାଧବ ପରଜା ଓ ଜଗବନ୍ଧୁ ପରଜା।

pangilin 2

କୋରାପୁଟ ବନବିଭାଗ ସହାୟତାରେ କୋରାପୁଟ ବୋରିଗୁମ୍ମା ବାଇପାସ ରୋଡ଼ରେ ଡିଲ ବେଳେ ମାଡିବସିଥିଲା STF । ଗତ ଏକ ବର୍ଷ ଭିତରେ STF ୨୫ ଟି ବାଘଛାଲ,୧୫ ଟି ହାତୀଦାନ୍ତ,୭ଟି ହରିଣ  ଚମଡା, ୧୧ ଟି ଜୀବନ୍ତ ବଜ୍ରକାପ୍ତା,୧୬ କେଜି ବଜ୍ରକାପ୍ତା କାତି, ୫୭ ଜଣ ଙ୍କୁ ଗିରଫ କରିଛି। କିନ୍ତୁ ଏବେ ବି ଏହାର କାର୍ପଟଦାରକୁ ଛୁଇଁ ପାରୁନାହିଁ STF ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.