ଆସନ୍ତା ୫ରେ ମାଲକାନଗିରି ବିମାନବନ୍ଦରରୁ ଉଡ଼ିବ ଯାତ୍ରୀବାହୀ ବିମାନ

ମାଲକାନଗିରି ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର । ଆସନ୍ତା ୫ରେ ମାଲକାନଗିରି ବିମାନବନ୍ଦରରୁ ଉଡ଼ିବ ଯାତ୍ରୀବାହୀ ବିମାନ ।

ମାଲକାନଗିରି : ମାଲକାନଗିରି ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର । ଆସନ୍ତା ୫ରେ ମାଲକାନଗିରି ବିମାନବନ୍ଦରରୁ ଉଡ଼ିବ ଯାତ୍ରୀବାହୀ ବିମାନ । ଏନେଇ ଏୟାର ଅନ୍ ଇଣ୍ଡିଆ ବିମାନ ଅଧିକାରୀ ସୂଚନା ଦେଇଛନ୍ତି । ଆଜି ଏୟାର୍ ଅନ୍ ଇଣ୍ଡିଆ ପକ୍ଷରୁ ମାଲକାନଗିରି ବିମାନ ବନ୍ଦରରେ ଟ୍ରାଏଲ ରନ ହୋଇଛି ।

ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆର ଆଭିଏସନ ଆଡଭାଇଜର ସୁରେଶ ଚନ୍ଦ୍ର ହୋତା , କ୍ୟାପଟେନ ସବାରିଷ ଏସ୍. କୁମାର, ଏୟାରପୋର୍ଟ ସୁରକ୍ଷା ମ୍ୟାନେଜର ଗୁରିବିଲ୍ଲି ଓ ଏୟାର୍ ଅନ୍ ଇଣ୍ଡିଆ ବିମାନର ମ୍ୟାନେଜର ସମ୍ବିଦ ନାୟକ ପ୍ରମୁଖ ମାଲକାନଗିରି ବିମାନବନ୍ଦରରେ ଅବତରଣ କରିଥିଲେ । ରନ୍ ୱେ ଓ ଟର୍ମିନାଲ୍ ତଦାରଖ କରିବା ସହ ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.