୧୧୦ ବସ୍ତା ପିଡିଏସ ଚାଉଳ ଚୋରାଚାଲାଣ ବେଳେ ଗ୍ରାମବାସୀଙ୍କ ଦ୍ୱାରା ଟ୍ରକ ଅଟକ, ଡ୍ରାଇଭର ଫେରାର

ଭଣ୍ଡାରିପୋଖରୀ(କେନ୍ୟୁଜ୍) : ପିଡିଏସ ଚାଉଳ ଚୋରାଚାଲାଣ ବେଳେ ଗ୍ରାମବାସୀଙ୍କ ଦ୍ୱାରା ଟ୍ରକ ଅଟକ। ଭଣ୍ଡାରିପୋଖରୀ ବ୍ଲକ ଚିଙ୍କୁଡ଼ିପୁର ଠାରେ ୧୬ନଂ ଜାତୀୟ ରାଜପଥରେ ଏକ ଟ୍ରକରେ ପିଡିଏସ ଚାଉଳ ଚାଲାଣ ହେଉଥିବା ବେଳେ ସନ୍ଦେହ ପ୍ରକାଶ କରିଥିଲେ ଗ୍ରାମବାସୀ। ଗାଡ଼ିକୁ ଅଟକାଇ ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ। ତେବେ କୌଶଳ କ୍ରମେ ଟ୍ରକ ଡ୍ରାଇଭର ସେଠାରୁ ଖସି ପଳାଇଥିଲା। ଗାଡ଼ିରେ ଥିବା ଜଣେ ଏଜେଣ୍ଟକୁ ଅଟକ ରଖି ପଚରାଉଚରା ଚଳାଇଛି। ଗାଡ଼ିରୁ ୧୧୦ବସ୍ତା ଚାଉଳ ଜବତ କରାଯାଇଥିବା ବେଳେ ଚାଲାଣ ନେଇ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନାହାନ୍ତି ଏଜେଣ୍ଟ ଜଣକ। ଚାଉଳ ବାହାର ରାଜ୍ୟକୁ ଚୋରା ଚାଲାଣ ହେଉଥିବା ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ପୋଲିସ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.