ବନ୍ୟା ପରେ ବଢୁଛି ଲୋକଙ୍କ ଦୁର୍ଦ୍ଦଶା: ରାସ୍ତ ଉପରେ ରାତି କାଟୁଛନ୍ତି ଡେଲାଙ୍ଗ ବ୍ଲକ୍ ସାଉରିଆ ପଞ୍ଚାୟତର ଲୋକେ

ପିପିଲି : ବନ୍ୟା କମୁଛି, ହେଲେ ବଢୁଛି ଲୋକଙ୍କ ଦୁର୍ଦ୍ଦଶା । ରାସ୍ତ ଉପରେ ରାତି କାଟୁଛନ୍ତି ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ସାଉରିଆ ପଞ୍ଚାୟତର ଲୋକେ । ଘରେ ଆଣ୍ଠୁଏ ଉଚ୍ଚର ପାଣି ଲହଡି ମାରୁଛି ।

ଘରର ଆସବାବପତ୍ର କାଢିବା ଆଗରୁ ବନ୍ୟା ଜଳ ଘର ମଧ୍ୟରେ ପ୍ରବେଶ କରିଥିଲା । ଦୟା ନଦୀରେ ଘାଇ ହେବା ଫଳରେ ବନ୍ୟା ଜଳ ଗାଁ ମଧ୍ୟରେ ପ୍ରବେଶ କରିବାରୁ ଲୋକେ ବାସହରା ହୋଇପଡ଼ିଛନ୍ତି । ଦିନରେ କଷ୍ଟେ ମଷ୍ଟେ ଜଳି ଯାଉଛି, ହେଲେ ରାତିରେ ନାନା ଅସୁବିଧା ଭୋଗୁଛନ୍ତି ଏମାନେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.