ବାଲିଗୁଡା ମୁଖ୍ୟ ରାସ୍ତାରେ ପଡିରହିଛି ବୃହତକାୟ ଶାଳ ଗଛ : ଯାତାୟତ ବାଧାପ୍ରାପ୍ତ, ପଡୁନି କାହାର ନଜର

ଦାରିଙ୍ଗବାଡି: ବାଲିଗୁଡା ମୁଖ୍ୟରାସ୍ତା ଡଲାବାଲି ଘାଟି ତଳେ ଲଘୁଚାପ ବର୍ଷା ଫଳରେ ଏକ ବୃହତକାୟ ଶାଳ ଗଛ ଶନିବାର ରାତି ଠାରୁ ପଡି ରହିଛି । ହେଲେ କାହାର ନଜର ପଡୁନି । ଏହି ରାସ୍ତା ଦେଇ ସବୁଦିନ ହଜାର ହଜାର ଲୋକେ ବାଲିଗୁଡା ବଜାରକୁ  ସାମଗ୍ରୀ ଆଣିବା ପାଇଁ ଯାଇଥାନ୍ତି, କିନ୍ତୁ ୪ଦିନ ବିତିଯାଇଥିଲେ ବି ଗଛଟି ସେମିତି ମଝି ରାସ୍ତାରେ ପଡି ରହିଥିବାରୁ ତିଲୋରୀ, ପକାରୀ, ବୁଡ଼ାଗୁଡା, ଋତୁଙ୍ଗିଆ, ପଞ୍ଚାୟତର ଲୋକମାନେ ଗାଡିରେ ଯାତାୟତ କରିପାରୁ ନାହାନ୍ତି । ଯାହାଫଳରେ ଲୋକମାନେ ଚାଉଳ,ଡାଲି ,ତେଲ,ଲୁଣ ଆଳୁ ପିଆଜ ଭଳି ଅତ୍ୟନ୍ତ ଆବଶ୍ୟକ ଜିନିଷ ଆଣିବାରେ ହଇରାଣ ହେଉଛନ୍ତି ।

ରାସ୍ତାର ଉପରେ ଗାଡିରଖି ଜିନିଷ ବୋହି ଆଣୁଛନ୍ତି । ଲଗାଣ ବର୍ଷା କାରଣରୁ ରାସ୍ତା ପାଶ୍ୱର୍ରେ ପାଣି ଜମି ଗାଡି ଦବି ଯାଉଛି । ଖାଲି ସେତିକି ନୁହେଁ ପାହାଡ଼ରୁ ପାଣି ଖସି ବହୁ ଦାମୀ ଗଛ ମୂଳ ଖାଇ ଗଲାଣି । ସେ ଗଛ ସବୁ ବିପଦ ସଙ୍କୁଳ ଅବସ୍ଥାରେ ରାସ୍ତାକୁ ଢଳି ରହିଛି । ବର୍ଷା ସମୟରେ ରାସ୍ତାରେ ଯାତାୟତ କରିବା ବିପଦ ବୋଲି କହିଛନ୍ତି ଉକ୍ତ ରାସ୍ତାରେ ଯାତାୟତ କରୁଥିବା ସାଧାରଣ ଜନତା । ତୁରନ୍ତ ସେହି ରାସ୍ତାରେ ପଡିରହିଥିବା  ବୃହତ ଶାଳ ଗଛକୁ ହଟାଇବାକୁ ଦାବି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.