ରାଜାଘର ପାଚେରୀ ଡେଇଁ ଚୋରି ଉଦ୍ୟମ, ଚୋରକୁ ସାଇକେଲରେ ବାନ୍ଧି ପୋଲିସ ଜିମା ଦେଲେ,

ଚୋରକୁ ସାଇକେଲରେ ବାନ୍ଧି ପୋଲିସ ଜିମା ଦେଲେ ସ୍ଥାନୀୟ ଲୋକେ । ରାଜାଘର ପାଚେରୀ ଡେଇଁ ଚୋରି ଉଦ୍ୟମ ବେଳେ କାବୁକଲେ ସୁରକ୍ଷା କର୍ମୀ ।

ଚୋରକୁ ସାଇକେଲରେ ବାନ୍ଧି ପୋଲିସ ଜିମା ଦେଲେ ସ୍ଥାନୀୟ ଲୋକେ । ରାଜାଘର ପାଚେରୀ ଡେଇଁ ଚୋରି ଉଦ୍ୟମ ବେଳେ କାବୁକଲେ ସୁରକ୍ଷା କର୍ମୀ । କଳାହାଣ୍ଡି ଭବାନୀ ପାଟଣା ସ୍ଥିତ ରାଜା ପ୍ରସାଦ ପାଚେରୀ ଡେଇଁ ବିଳମ୍ୱିତ ରାତୀରେ ଚୋରି ଉଦ୍ୟମ କରୁଥିଲେ ୩ଜଣ ଅଣ ଓଡ଼ିଆ ଚୋର ।

ଚୋରି ଉଦ୍ୟମ ବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ସୁରକ୍ଷାକର୍ମୀମାନେ ଜଣକୁ କାବୁ କରି ତାର ହାତ ଗୋଡ ବାନ୍ଧି ତାକୁ ପୋଲିସର ଜିମା ଦେଇଥିଲେ । ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ରାଜା ଘର ପକ୍ଷରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏନେଇ ପୋଲିସରେ ଏତଲା ଦିଆଯାଇନଥିବା ଟାଉନ୍ ଥାନା ପୋଲିସ ପ୍ରକାଶ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.