ପ୍ରତିଶ୍ରୁତି ପରେ ଅନଶନ ଭାଙ୍ଗିଲେ ନିଖୋଜ ପିହୁର ମାଆ

ଅନଶନରୁ ଓହରିଲେ ନିଖୋଜ ପିହୁର ମା ମୋନାଲିସା ନାୟକ

ଯାଜପୁର ଟାଉନ (କେନ୍ୟୁଜ୍‌) ଅନଶନରୁ ଓହରିଲେ ନିଖୋଜ ପିହୁର ମା ମୋନାଲିସା ନାୟକ । ଗତ ୨୦୨୦ ମସିହା ଅଗଷ୍ଟ ୯ ତାରିଖରୁ ନିଖୋଜ ଥିବା ପିହୁକୁ ଖୋଜି ଠାବ କରିବାରେ ଜିଲ୍ଲା ପୋଲିସ ସହ ରାଜ୍ୟ ସରକାର ଆନ୍ତରିକତା ଦେଖାଉ ନଥିବା ଅଭିଯୋଗ କରି ଗତକାଲି ଠାରୁ ସେ ଧାରଣା ଦେଇଥିଲେ । ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭୋକିଲା ବସିଥିଲେ । ଆଜି ଦ୍ବୀତିୟ ଦିନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲପାଳ ନବକୃଷ୍ଣ ଯେନା, ଯାଜପୁର ଏସଡିପିଓ ସତ୍ୟବ୍ରତ ଲେଙ୍କା ଏବଂ ଆଇଆଇସି ବିଲ୍ବମଙ୍ଗଳ ସେଠୀ ପିହୁର ମା ସହ ଆଲେଚନା କରିଥିଲେ ।

ପିହୁକୁ ଖୋଜିବା ଲାଗି ପୋଲିସ ପୂର୍ବରୁ ପଦକ୍ଷେପ ନେଇଥିବା ବେଳେ ବର୍ତ୍ତମାନ ତାଙ୍କୁ ସହଯୋଗ କରିବାର ପ୍ରତିଶ୍ରୁତି ଦେବା ଘଟଣା ସମୟରେ ମାମଲା ବୁଝୁଥିବା ବିଂଝାରପୁର ଥାନା ଅଧିକାରୀ ଓ ତଦନ୍ତ ଅଧିକାରୀଙ୍କ ଅବହେଳା ବିରୁଦ୍ଧରେ ରାଜ୍ୟ ସରକାରଙ୍କୁ ଜଣାଯିବ । ଏହା ସହ ପିହୁ ପରିବାରକୁ ସମସ୍ତ ସହାୟତା କରାଯିବ ବୋଲି ପ୍ରତିଶ୍ରୁତି ପରେ ଧାରଣା ଭଙ୍ଗ କରିଥିବ ପିହୁର ମା ମୋନାଲିସା ନାୟକ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.