ପ୍ରକାଶ ପାଇଲା ପିପିଲି ଉପନିର୍ବାଚନ ତାରିଖ, ମାର୍ଚ୍ଚ ୨୩ ରେ ବିଜ୍ଞପ୍ତି, ଏପ୍ରିଲ ୧୭ ର ଭୋଟ୍‌

ନୂଆଦିଲ୍ଲୀ : ଏପ୍ରିଲ ୧୭ ରେ ହେବ ପିପିଲି ଉପନିର୍ବାଚନ ପାଇଁ ଭୋଟ୍‌ । ଏଥିପାଇଁ ମାର୍ଚ୍ଚ ୨୩ ରେ ପ୍ରକାଶ ପାଇବ ବିଜ୍ଞପ୍ତି । ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଉପନିର୍ବାଚନ ତାରିଖ ଏପ୍ରିଲ ୧୭ରେ ହେବା ନେଇ ତାରିଖ ଘୋଷଣା ହେବା ପରେ ପିପିଲି ଉପନିର୍ବାଚନ ନେଇ ତାରିଖ ସ୍ପଷ୍ଟ ହୋଇଛି ।

ସେହିପରି ନାମାଙ୍କନ ଦାଖଲର ଶେଷ ତାରିଖ ମାର୍ଚ୍ଚ ୩୦ରେ ରଖାଯାଇଥିବା ବେଳେ ନାମାଙ୍କନ ଯାଞ୍ଚ୍‌ ମାର୍ଚ୍ଚ ୩୧ରେ ହେବ । ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଏପ୍ରିଲ ୩ ତାରିଖ ରଖାଯାଇଛି । ଭୋଟ ଗ୍ରହଣ ଏପ୍ରିଲ ୧୭ରେ ହେବା ସହ ମଇ ୨ ତାରିଖରେ ଭୋଟ ଗଣତି ଓ ଫଳାଫଳ ପ୍ରକାଶ ପାଇବ ।

ପ୍ରକାଶଯୋଗ୍ୟ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ପିପିଲି ଉପନିର୍ବାଚନ ହେଉଛି । ଯାହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି । ଭାରତର ନିର୍ବାଚନ ଆୟୋଗଙ୍କ ବିଜ୍ଞପ୍ତି ଅନୁସାରେ ୪ଟି ରାଜ୍ୟର ବିଧାନସଭା ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ନିର୍ବାଚନ ହେଉଛି । ଏଥିସହ ୨ ଟି ଲୋକସଭା ଓ ୧୪ ଟି ବିଧାନସଭା ପାଇଁ ଉପ ନିର୍ବାଚନ ହେବ ବୋଲି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଆଜି ତାରିଖ ପ୍ରକାଶ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.