ରାଜ୍ୟରେ ୧୪ରୁ ଖୋଲିବ ଘରୋଇ ପ୍ଲେ ସ୍କୁଲ

ଭୁବନେଶ୍ୱର (କେନ୍ୟୁଜ): ଆସନ୍ତା ୧୪ ତାରିଖରୁ ରାଜ୍ୟରେ ଖୋଲିବ ଘରୋଇ ପ୍ରି-ସ୍କୁଲ । ପ୍ଲେ ସ୍କୁଲ ଓ କେଜି କ୍ଲାସ୍‌ ଆରମ୍ଭ ହେବ । କେମିତି ସ୍କୁଲ ଖୋଲିବ ଓ କେମିତି ପାଠପଢ଼ା ଚାଲିବ ସେନେଇ ଏସଓପି ଜାରି ହୋଇଛି । କଡ଼ାକଡ଼ି ପାଳନ ହେବ କୋଭିଡ୍‌ ଗାଇଡଲାଇନ୍‌ ।

ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ଟିକାର ଦୁଇଟି ଯାକ ଡୋଜ୍‌ ନେଇଥିବେ । ଛୋଟ ଛୋଟ ପିଲାଙ୍କର ଯତ୍ନ ନେବା ଉପରେ ସ୍କୁଲ କର୍ତ୍ତୃପକ୍ଷ ଧ୍ୟାନ ଦେବାକୁ ନିର୍ଦ୍ଦେଶ ରହିଛି । କରୋନା ପରଠୁ ଦୁଇ ବର୍ଷରୁ ଅଧିକ ସମୟ ହେଲାଣି ରାଜ୍ୟରେ ବନ୍ଦ ରହିଛି ପ୍ରି-ସ୍କୁଲ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.