ହ୍ୟାକ୍‌ରଙ୍କ ନଜରରେ ଭାରତୀୟ ସେନା ଓ କୂଟନୀତିଜ୍ଞ : ପ୍ରସ୍ତୁତ କଲେ ମାରାତ୍ମକ ମାଲଓ୍ଵାରେ, ଏମିତି କରିଥାଏ କାମ

ନୂଆଦିଲ୍ଲୀ : ଏକ ନୂଆ ସପ୍ଟେଓ୍ଵୟାର ବିକଶିତ କରିଛନ୍ତି ହ୍ୟାକରମାନେ । ଯାହାଦ୍ୱାରା ଭାରତୀୟ ସେନା ଓ କୂଟନୀତିଜ୍ଞଙ୍କ ପାଇଁ ସୃଷ୍ଟି ହୋଇପାରେ ବିପଦ । ମିଳିଥିବା ରିପୋର୍ଟ ଅନୁଯାୟୀ ହ୍ୟାକରମାନେ ଏବେ ଏପରି ଏକ ସପ୍ଟେଓ୍ଵୟାର ବିକଶିତ କରିଛନ୍ତି ଯାହାଦ୍ୱାରା ସେମାନେ ଭାରତୀୟ ସେନା ଓ କୂଟନୀତିଜ୍ଞଙ୍କ ଟାର୍ଗେଟ କରିପାରିବେ । ଏହି ସପ୍ଟେଓ୍ଵୟାର ନାମ ରହିଛି CapraRAT, ଯାହା ଏକ ଭାଇରସ ଭଳି କାମ କରେ ।

ଏହି ସପ୍ଟେଓ୍ଵୟାର ସାହାଯ୍ୟରେ ଆଣ୍ଡ୍ରଏଡ୍‌ ଡିଭାଇସକୁ ହ୍ୟାକ୍‌ କରାଯାଇପାରିବ । ଏହା ଏକ Remote Access Trojan (RAT) ରିମୋର୍ଟ, ଯାହା ୟୁଜର୍ସଙ୍କ ଲୋକେସନ, କଣ୍ଟାକ୍ଟ ନମ୍ବର ଓ କଲ୍‌ ହିଷ୍ଟ୍ରି ସହିତ ବହୁ ପର୍ସନାଲ ଡାଟା ଚୋରି କରିପାରିବେ ।

ଚୋରି କରିପାରିବେ ପର୍ସନାଳ ଡାଟା

ଏହି ହ୍ୟାକିଂ ସପ୍ଟେଓ୍ଵୟର ସହାୟତାରେ ହ୍ୟାକର୍ସ ୟୁଜରଙ୍କ ଫୋନର କ୍ୟାମେରା ଓ ମାଇକ୍ରୋଫୋନ୍‌ ଚୋରି କରିପାରିବେ । ଯାହା ସହାୟତାରେ ସମସ୍ତ ପ୍ରକାର ଡାଟା ଚୋରି କରିପାରିବେ । ଏହି ନୂଆ ହ୍ୟାକିଂ ଟୁଲକୁ ସିକ୍ୟୁରିଟ ଫାର୍ମ Trend Micro ଠାବ କରିଛି । ଏହି ସଂସ୍ଥା ୨୦୨୦ ଜାନୁଆରୀରୁ ୨୦୨୧ ସେପ୍ଟେମ୍ବର ପର୍ଯ୍ୟନ୍ତ ମିଳିଥିବା ଡାଟା ଅନୁଯାୟୀ ତଥ୍ୟ ଦେଇଛି । APT36 କୁ CapraRAT ବ୍ୟବହାର କରି ଠାବ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.