ଆଜି ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଆଜି ଆସୁଛନ୍ତି ପ୍ରଧାନମନ୍ତ୍ରୀ । ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅପରାହ୍ଣ ୨ଟା ୪୦ ମିନିଟରେ ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚିବେ ।

ଆଜି ଆସୁଛନ୍ତି ପ୍ରଧାନମନ୍ତ୍ରୀ । ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅପରାହ୍ଣ ୨ଟା ୪୦ ମିନିଟରେ ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚିବେ । ସେଠାରୁ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଯିବେ ଚଣ୍ଡିଖୋଲ । ୩ଟା ୨୫ ମିନିଟରେ କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ଚଣ୍ଡିଖୋଲ ନିକଟ ବେଣାପୁରରେ ସରକାରୀ କାର୍ଯ୍ୟକ୍ରମ ଓ ଦଳୀୟ ସଭାରେ ଯୋଗ ଦେବେ । ସେଠାରେ ୧୯ ହଜାର ୬ଶହ କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ।

ତୈଳ, ଗ୍ୟାସ, ରେଳବାଇ, ସଡ଼କ ପରିବହନ, ଜାତୀୟ ରାଜପଥ ଓ ଆଣବିକ ଶକ୍ତି ସମ୍ପର୍କିତ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ହେବ। ସରକାରୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ । ସରକାରୀ କାର୍ଯ୍ୟକ୍ରମ ପରେ ବିଜେପିର ସାଧାରଣ ସଭାରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ।

ସେଠାରେ ଅପରାହ୍ ଣ ୪ଟା ୧୫ରୁ ୫ଟା ଯାଏ ରହିବେ । ଆଗକୁ ନିର୍ବାଚନ ଥିବାରୁ ଦଳୀୟ ନେତା ଓ କର୍ମୀଙ୍କୁ କି ଗୁରୁ ମନ୍ତ୍ର ଦେବେ ତାଉପରେ ନଜର ରହିଛି । ସେଠାରୁ ଭୁବନେଶ୍ବର ଫେରି କୋଲକାତା ଅଭିମୁଖେ ଯିବେ ପ୍ରଧାନମନ୍ତ୍ରୀ । ତାଙ୍କ ଗସ୍ତ ପାଇଁ ଭୁବନେଶ୍ବର ଏୟାରପୋର୍ଟରୁ ଆରମ୍ଭ କରି ଚଣ୍ଡିଖୋଲ କାର୍ଯ୍ୟକ୍ରମ ସ୍ଥଳ ଯାଏ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି । ମୁତୟନ ହେବେ ମୋଟ୍ ୩୫ ପ୍ଲାଟୁନ୍ ଫୋର୍ସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.