ଖୋଜିଲେ ବାହାରୁଛି ବିପୁଳ ଗଞ୍ଜେଇ ଚାଷ, ଗଞ୍ଜାମ ପାଲଟି ଯାଇଛି ଏବେ ଗଞ୍ଜେଇ ଗନ୍ତାଘର

ଗଞ୍ଜାମ(କେନ୍ୟଜ୍):  ଗଞ୍ଜେଇ ସନ୍ଧାନ ରେ ପୋଲିସ ଓ ଅବକାରୀ ବିଭାଗ । ଗଛ ପରେ ଗଛକୁ ନଷ୍ଟ କରାଯାଉଛି । ଘର ବାରିପଟ, ଜମିରେ ଓ ପାହାଡରେ ସବୁଠି ଗଞ୍ଜେଇ ଗଛ।  ଦକ୍ଷିଣ ଓଡିଶାର ବିଭିନ୍ନ ଜିଲ୍ଲାରେ ଗଞ୍ଜେଇ ଗଛକୁ ନଷ୍ଟ ସାଙ୍ଗକୁ କୋଟି କୋଟି ଟଙ୍କାର ଗଞ୍ଜେଇ ଜବତ କରାଯାଉଥିବା ବେଳେ  ଗଞ୍ଜାମ ଜିଲ୍ଲାରେ ମଧ୍ୟ ପାହାଡିଆ ଅଞ୍ଚଳରେ ଗଞ୍ଜେଇ ର ଗନ୍ତାଘର ପାଲଟି ଯାଇଥିବା ଦେଖିବାକୁ ମିଳିଛି ।

୭ ତାରିଖରେ ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ କୃଷ୍ଣପୁର ଗାଁକୁ ଲାଗିରହିଥିବା ଶହେ ଏକର ଜମିରେ ଚାଷ ହୋଇଥିବା ଗଞ୍ଜେଇ ଗଛକୁ ନଷ୍ଟ କରିଥିବା ବେଳେ ଗାଁରେ ଥିବା ସତର ଗୋଟି ଘର ସର୍ଚ୍ଚ କରାଯାଇଥିବା । ଏହି ଘରେ ସବୁ ବାହାରକୁ ଚାଲାଣ ପାଇଁ ଗଚ୍ଛିତ ଥିବା  ତିରିଶି କୁଇଣ୍ଟାଲ ଗଞ୍ଜେଇ ଜବତ କରାଯାଇଥିଲା ।ଯାହାକୁ ଦେଖି ବିଭାଗର ହୋସ୍ ଉଡିଯାଇଥିଲା ।

 

ଏହି ଘଟଣା ପରେ  ସେହି ଅଞ୍ଚଳରେ ଥିବା ଗାଁ ଗୁଡିକରେ ସର୍ଚ୍ଚ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ଗଞ୍ଜାମ ପୋଲିସ ଓ ଅବକାରୀ ବିଭାଗ । ଆଜି ଶୁକ୍ରବାର ପୁଣି ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ନେଇ କୃଷ୍ଣପୁର ଗାଁକୁ ଲାଗିରହିଥିବା  କେ.ନୂଆଗଡ ଗାଁରେ ପହଞ୍ଚିଥିଲେ। ଗାଁକୁ ଲାଗି ରହିଥିବା  ପାଖ ଜମିରେ ଗଞ୍ଜେଇ ଗଛ ଦେଖି ପୋଲିସ ଓ ଅବକାରୀ  ଛାନିଆ ହୋଇଯାଇଥିଲେ। ତିରିଶି ଏକରରୁ ଉର୍ଦ୍ଧ୍ବ ଜମିରେ ପ୍ରାୟ ୯୦ ହଜାର ଗଞ୍ଜେଇ ଗଛ କାଟି  ଜାଳିଦେଇ ଥିଲେ ।

ଅବକାରୀ ଗୋଇନ୍ଦା ବିଭାଗ ଅଧିକାରୀ  କହିଛନ୍ତି,  ଲୋକ ମାନେ ଗଞ୍ଜେଇ ଚାଷ କରନ୍ତୁ ନାହିଁ କାରଣ ଏଥିରେ ଧରା ହେଲେ ଦଣ୍ଡ ବିଧାନ କଡାକଡି ରହିଛି  ତେବେ ଏହି ଦୁଇ ଘଟଣା ପରେ କାହାକୁ ଗିରଫ କରାଯାଇ ନାହିଁ । ତେଣୁ ଏହାର ମୁଖ୍ୟ କାର୍ପଟଦାରଙ୍କୁ ଖୋଜି ବାହାର କରିବା ଉଭୟ ବିଭାଗ ପାଇଁ ଚାଲେଞ୍ଜ୍ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.