ଦେବଦୂତ ସାଜିଲେ ପୋଲିସ କନଷ୍ଟେବଳ, ହଜିଲା ପୁଅକୁ ବାପା ମା’ ଙ୍କ ସହ କରାଇଲେ ଭେଟ

ସମ୍ବଲପୁର(କେ ନ୍ୟୁଜ): ଗତ ରବିବାର ଦିନ ସମ୍ବଲପୁର କଦମମାଲ ଅଞ୍ଚଳରେ ଜଣେ ମାନସିକ ଅନଗ୍ରସର ଯୁବକ ବୁଲୁଥିବାର କିଛି ଯୁବକ ଦେଖି କ୍ଷେତରାଜପୁର ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଥିଲା । ଏହାପରେ ପୋଲିସ ସମ୍ବଲପୁର ପୋଲିସର ହାବିଲଦାର କନଷ୍ଟେବଳ ସଂଘର ସଭାପତି ରାମଦାସ ପଣ୍ଡାକୁ ଯୋଗାଯୋଗ କରି ତାଙ୍କୁ ହସ୍ତାନ୍ତର କରିଥିଲା। ରାମଦାସ ପଣ୍ଡା ଉକ୍ତ ଯୁବକଙ୍କ ପାଇଁ ଭଗବାନ ପାଲଟି ଯାଇଥିଲେ। ଉକ୍ତ ଯୁବକକୁ ଖାଇବାକୁ ଦେବା ସହ ତା ନିକଟରୁ ତାଙ୍କ ପରିବାରର ଫନ ନମ୍ବର ଆଣି ଯୋଗାଯୋଗ

କରିଥିଲେ। ରାମଦାସ ଉକ୍ତ ଯୁବକକୁ ନିଜ ହେପଜାତ ରେ ରଖିଥିଲେ। ପରିବାର ଲୋକେ ବିଶାଖାପଟନାମରୁ ସମ୍ବଲପୁର ପହଁଚିଲା ପରେ ପୁଅକୁ ପାଇ ଭାବ ବିହ୍ଵଳ ହୋଇଯାଇଥିଲେ। ପୁଅ ସତୀଶ ମଧ୍ୟ ମା ବାପାଙ୍କ ଠାରୁ ଅଲଗା ହୋଇ ତାଙ୍କୁ ମନେ ମନେ ଖୋଜୁଥିଲେ। ଆଜି ରାମଦାସ ନିଜେ ତାଙ୍କୁ ଟିକଟ କରିବା ସହ ବିଶାଖାପଟନାମ ପରିବାର ସହ ପଠାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.