Below header

ବିଦେଶୀ ନାଗରିକ ଆଲିଆ! ପାଖରେ ନାହିଁ ଭୋଟ୍‌ ଦେବାର ଅଧିକାର; ବିବାହ ପରେ ଟଳିପାରେ ସମସ୍ୟା…

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କର ଆଜି ୨୯ତମ ଜନ୍ମଦିନ। ନିଜ ଆକ୍ଟିଂ କ୍ୟାରିୟରରେ ସେ ଅନେକ ଭଲ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି। କିନ୍ତୁ କ’ଣ ଆପଣ ଜାଣନ୍ତି କି, ଏହି ଅଭିନେତ୍ରୀଙ୍କୁ ଭାରତରେ ଭୋଟ ଦେବାର ଅଧିକାର ମିଳି ନାହିଁ, ଆଉ ଏହାର କାରଣ ଜାଣିଲେ ହୁଏତ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଆଲିଆ ଭଟ୍ଟଙ୍କ ଜନ୍ମ ବ୍ରିଟେନରେ ହୋଇଥିଲା। ତାଙ୍କ ଆଈ ଜର୍ମାନୀର ହୋଇଥିବା ବେଳେ ଅଜା ହେଉଛନ୍ତି କାଶ୍ମୀର ପଣ୍ଡିତ। ଆଲିଆଙ୍କ ଜନ୍ମ ସମୟରେ ତାଙ୍କ ମମ୍ମି ସୋନି ରାଜଦାନ ନିଜ ମାଆଙ୍କ ପାଖକୁ ୟୁକେ ଚାଲି ଯାଇଥିଲେ ଏବଂ ସେଠାରେ ହିଁ ଝିଅକୁ ଜନ୍ମ ଦେଇଥିଲେ।

ଏହି କାରଣରୁ ଆଲିଆ ହେଉଛନ୍ତି ବ୍ରିଟିଶ ନାଗରିକ ଏବଂ ତାଙ୍କ ପାଖରେ ବ୍ରିଟିଶ ପାସ୍‌ପୋର୍ଟ ରହିଛି। ସୋନି ରାଜଦାନ ମଧ୍ୟ ବ୍ରିଟିଶ ନାଗରିକ। ଏଥିପାଇଁ ଆଲିଆଙ୍କ ପାଖରେ ଦେଶରେ ଭୋଟ ଦେବାର କୌଣସି ଅଧିକାର ନାହିଁ, କାରଣ କାଗଜପତ୍ରରେ ସେ ଜଣେ ବିଦେଶୀ। ଅନ୍ୟପକ୍ଷରେ ଯଦି ଆଲିଆ, ରଣବୀର କପୁରଙ୍କୁ ବିବାହ କରିବେ, ତ ତାଙ୍କୁ ଭାରତୀୟ ହେବାର ଅଧିକାର ନିଶ୍ଚୟ ମିଳିଯିବ।

ଆଲିଆଙ୍କ ଜନ୍ମ ୧୯୯୩ ମସିହା ମାର୍ଚ୍ଚ ୧୫ରେ ହୋଇଥିଲା। ସେ ପ୍ରସିଦ୍ଧ ଫିଲ୍ମ ମେକର ମହେଶ ଭଟ୍ଟଙ୍କ ଝିଅ। ଆଲିଆଙ୍କର ଜଣେ ସାନ ଭଉଣୀ ଶାହୀନ ଭଟ୍ଟ ବି ଅଛନ୍ତି। ଏହା ବ୍ୟତୀତ ପୂଜା ଭଟ୍ଟ ଓ ରାହୁଲ ଭଟ୍ଟ ହେଉଛନ୍ତି ତାଙ୍କର ସାବତ ଭାଇ, ଭଉଣୀ। କହି ରଖୁଛୁ, ଆଲିଆ କେବଳ ଜଣେ ଭଲ ଅଭିନେତ୍ରୀ ନୁହଁନ୍ତି, ଏକ ପ୍ରଡକ୍ସନ ହାଉସ୍‌ର ମାଲିକାଣୀ ମଧ୍ୟ। ତାଙ୍କ ପ୍ରଡକ୍ସନ ହାଉସ୍‌ର ନାମ ହେଉଛି ‘ଏଟର୍ନାଲ ସନସାଇନ୍‌’। ଏହା ଅଧୀନରେ ସେ ଏକ ଫିଲ୍ମ ମଧ୍ୟ କରି ସାରିଛନ୍ତି, ଯାହାର ନାଁ ‘ଡାର୍ଲିଂଗସ୍‌’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.