ଫୁଲପଦର ମାଓ ପ୍ରବଣ ଅଂଚଳରେ ଚଢାଉ, ୮କୋଟି ୨୫ ଲକ୍ଷ ଗଞ୍ଜେଇ ଗଛ ନଷ୍ଟ

ମାଲକାନଗିରି (କେନ୍ଯୁଜ୍) : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଫୁଲପଦର ମାଓ ପ୍ରବଣ ଅଂଚଳରେ ଚଢାଉ। ଆର୍‌ଏସ୍‌ସି-1  ଓ ଆର୍‌ଏସ୍‌ସି-2   ମାଓ ପ୍ରବଣ ଅଂଚଳରେ ବ୍ୟାପକ ଗଞ୍ଜେଇ ଗଛକୁ ନଷ୍ଟ କଲା ପୋଲିସ ଓ ଜିଲ୍ଲା ଅବକାରୀ ବିଭାଗ । ଗଞ୍ଜେଇ ଗଛକୁ କାଟି ତାକୁ ପୋଡ଼ି ଦିଆଯାଇଛି । ପ୍ରାୟ ୮୨ ହଜାର ୫ଶହ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି । ଏହାର ଆନୁମାନିକ ମୂଲ୍ୟ ୮କୋଟି ୨୫ ଲକ୍ଷ ହେବ। ଆଗକୁ ଗଞ୍ଜେଇ ଚାଷ ସଂପୂର୍ଣ୍ଣ ନଷ୍ଟ କରିବାକୁ ଏଭଳି ଉଦ୍ୟମ ଜାରି ରହିବ ବୋଲି ମାଲକାନଗିରି ଏସ୍‌ପି ଜଗମୋହନ ମୀନା କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.