ଧାମନଗରରେ ପୋଲିସ କଲା ଫ୍ଲାଗ ମାର୍ଚ୍ଚ, ରାତିରେ କଡ଼ା ପ୍ରହରା

କେନ୍ୟୁଜ୍(ବ୍ୟୁରୋ): ଧାମନଗର ଉପନିର୍ବାଚନ ପାଇଁ ଆସନ୍ତାକାଲି ଭୋଟ ଗ୍ରହଣ ହେବ । ଆଜି ସନ୍ଧ୍ୟାରେ ଧାମନଗର ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଫ୍ଲାଗ ମାର୍ଚ୍ଚ କରାଯାଇଛି । ଏଥିରେ ୫ ପ୍ଲାଟୁନ ପୋଲିସ ଫୋର୍ସ ସହିତ ସିଆରପିଏଫ ଯବାନ ଯୋଗ ଦେଇଥିଲେ । ସେହିପରି ପୋଲିସ ମୋବାଇଲ ଟିମ ମଧ୍ୟ ଏହି ଫ୍ଲାଗ ମାର୍ଚ୍ଚରେ ସାମିଲ ହୋଇଥିଲେ ।
ବିଶେଷକରି ଧାମନଗର ବ୍ଲକ ଅଂଚଳର ବିଭିନ୍ନ ବଜାର ଓ ସମ୍ବେଦନଶୀଳ ଅଂଚଳରେ ଏହି ଫ୍ଲାଗମାର୍ଚ୍ଚ କରାଯାଇଥିଲା । ରାତି ୯ଟା ସୁଦ୍ଧା ଦୋକାନ ବଜାର ବନ୍ଦ କରିବା ସହିତ ଶାନ୍ତି ଶୃଙ୍ଖଳା ରକ୍ଷା କରି ଭୋଟ ଦେବା ପାଇଁ ଲୋକଙ୍କୁ ସଚେତନ କରାଯାଇଛି।