ପୁଣି ସାମ୍ବାଦିକଙ୍କୁ ଦୁର୍ବ୍ୟବହାର, ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଠେଙ୍ଗାରେ ମାରିବାକୁ ଉଦ୍ୟମ କଲେ ଥାନା ଅଧିକାରୀ

କାଲିମେଳା: ପୁଣି ସାମ୍ବାଦିକଙ୍କୁ ଦୁର୍ବ୍ୟବହାର l ସାମ୍ବାଦିକ ପରିଚୟ ଦେବା ସତ୍ତ୍ୱେ ମଧ୍ୟ ଅଶ୍ଳୀଳ ଭାଷାରେ ଗାଳିଗୁଲଜ l ଏହି ଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ମାଲକାନଗିରିର ଏମ୍. ଭି-୭୯ରୁ l ମାଲକାନଗିରିରେ ମାସ୍କ ମିଳୁନଥିବାରୁ ଏମ୍. ଭି-୭୯ ର ଏକ ଯୁବ ସଂଘ ନିଜେ ମାସ୍କ ତିଆରି କରି ଗରିବ ଲୋକଙ୍କୁ ବଣ୍ଟନ କରିଥିଲେ l ଏନେଇ ବିଭିନ୍ନ ମିଡ଼ିଆରେ ଖବର ପ୍ରସାରଣ ହୋଇଥିଲା l ଏହାପରେ ସେମାନଙ୍କୁ ଏମ୍. ଭି-୭୯ ଥାନାର ଭାରପ୍ରାପ୍ତ ଅଧିକାରୀ ଥାନାକୁ ଡକାଇଥିଲେ l


ହେଲେ ଖବର ସଂଗ୍ରହ ପାଇଁ ସେଠାକୁ ଯିବା ପରେ ଏବଂ ସାମ୍ବାଦିକ ପରିଚୟ ଦେବା ସତ୍ତ୍ୱେ ମଧ୍ୟ ଥାନା ଅଧିକାରୀ ଅଶ୍ଳୀଳ ଭାଷାରେ ଗାଳି କରିବା ସହ ଠେଙ୍ଗାରେ ମାରିବାକୁ ଉଦ୍ୟମ କରିଥିଲେ l ଯାହାର ଭିଜୁଆଲ ଏବେ ଭାଇରାଲ ହେବାରେ ଲାଗିଛି । ସରକାର ତଥା ଜିଲ୍ଲା ପ୍ରଶାସନ ଏହା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ମହଲରେ ଦାବି ହୋଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.