ବାର୍ ଉପରେ ପୋଲିସର ରାତିଅଧିଆ ଚଢ଼ାଉ, ଆଦାୟ ହେଲା ମୋଟା ଅଙ୍କର ଫାଇନ
ଭୁବନେଶ୍ୱର(କେ ନ୍ୟୁଜ): ରାଜଧାନୀରେ ବାର୍ ଉପରେ ଚଢାଉ । ନାଇଟ୍ କର୍ଫ୍ୟୁ ସମୟରେ ବାର୍ ଚାଲିଥିବାରୁ ଚଢାଉ କରିଛି ପୋଲିସ । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ବିବିଆଇ ବାର୍ରେ ଚଢାଉ ହୋଇଛି । ବିଳମ୍ବିତ ରାତି ପର୍ଯ୍ୟନ୍ତ ବାର୍ ଖୋଲାଥିବା ଖବର ପାଇ ଅତର୍କିତ ଚଢାଉ କରିଥିଲା ଚନ୍ଦ୍ରଶେଖରପୁର ଥାନା ପୋଲିସ । ଚଢାଉ ସମୟରେ ଏକାଧିକ ଗ୍ରାହକ ଥିଲେ । କେହି କୋଭିଡ ନିୟମ ମାନୁନଥିଲେ । ଚଢଉ ବେଳେ ମୋଟା ଅଙ୍କର ଜୋରିମାନା ଆଦାୟ କରିଛି ପୋଲିସ ।