ଆଜିଠୁ ଆଇପିଏଲର ୧୫ତମ ସଂସ୍କରଣର ଦ୍ୱିତୀୟ ପର୍ଯ୍ୟାୟ ମୁକାବିଲା

ନୂଆଦିଲ୍ଲି : ଆଜିଠୁ ଆଇପିଏଲର ୧୫ତମ ସଂସ୍କରଣର ଦ୍ୱିତୀୟ ପର୍ଯ୍ୟାୟ ମୁକାବିଲା । ୟୁଏଇରେ ଖେଳାଯିବ ଅତିରିକ୍ତ ମ୍ୟାଚ୍‌ । ପ୍ରଥମ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ସହ ଚେନ୍ନାଇ ସୁପର କିଙ୍ଗ୍ସ ମୁକାବିଲା । ସଂଧ୍ୟା ୭.୩୦ ମିନିଟରେ ମ୍ୟାଚ୍‌ ଅନୁଷ୍ଠିତ ହେବ । ଦ୍ୱିତୀୟ ଚରଣରେ ୩୧ଟି ମ୍ୟାଚ ଖେଳାଯିବ । ପ୍ରଥମ ସଂସ୍କରଣ ବନ୍ଦ ହେବା ବେଳକୁ ୨୯ଟି ମ୍ୟାଚ ଖେଳା ଯାଇଥିଲା । ଦିଲ୍ଲୀ କ୍ୟାପିଟାଲ୍ସ ୧୨ ପଏଣ୍ଟ ସହ ୧ ନମ୍ବରରେ ଥିବା ବେଳେ ଧୋନିଙ୍କ ଚେନ୍ନାଇ ଟିମ୍‌ ୧୦ ପଏଣ୍ଟ ସହ ଦ୍ୱିତୀୟ, ବିରାଟ କୋହଲିଙ୍କ ଆରସିବି ସମାନ ୧୦ ପଏଣ୍ଟ ସହ ତୃତୀୟ ଓ ରୋହିତଙ୍କ ମୁମ୍ବାଇ ଇଣ୍ଡିଆନ୍ସ ୮ ପଏଣ୍ଟ ସହ ୪ର୍ଥ ସ୍ଥାନରେ ରହିଛି । ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଯୋଗୁଁ ଅନେକ ଷ୍ଟାର୍‌ ପ୍ଲେୟାରଙ୍କୁ ମିସ୍‌ କରିବେ ଆଇପିଏଲ ପ୍ରେମୀ । ଦିଲ୍ଲୀ କ୍ୟାପିଟାଲ୍ସରେ ଦେଖିବାକୁ ମିଳିବେନି ଇଂଲଣ୍ଡର ଅଲରାଉଣ୍ଡର କ୍ରିସ୍‌ ଓକ୍ସ । ତାଙ୍କ ଜାଗା ନେବେ ଅଷ୍ଟ୍ରେଲିଆର ବେନ ଡ୍ଵାରସୁଇସ୍‌ । ଆହତ କାରଣରୁ ଅନୁପସ୍ଥିତ ଥିବା ଶ୍ରେୟସ ଆୟର ଦଳକୁ କମବ୍ୟାକ କରିବେ । ପଏଣ୍ଟ ଟେବୁଲର ଦ୍ୱତୀୟରେ ଥିବା ଧୋନିଙ୍କ ଦଳ ଚେନ୍ନାଇ ସୁପରକିଙ୍ଗସରେ କିନ୍ତୁ କୌଣସି ପରିବର୍ତ୍ତନ ଦେଖିବାକୁ ମିିଳିବନି । ସେପଟେ ତାଲିକାର ତୃତୀୟରେ ଥିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳରେ ଅଧିକ ପରିବର୍ତ୍ତନ ଦେଖିବାକୁ ମିଳିବ । ସେହିଭଳି ପଞ୍ଜାବ ଦଳରେ ୩, କେକେଆର ଏବଂ ସନରାଇଜର୍ସ ହାଇଦ୍ରାବାଦର ଜଣେ ଲେଖାଏ ଖେଳାଳି ଅନୁପସ୍ଥିତ ରହିବେ । ଆଇପିଏଲ ପାର୍ଟ-୨ର ମଜା ନେଇପାରିବେ ଦର୍ଶକ । ଷ୍ଟାଡିୟମରେ ବସି ଆଇପିଏଲ ଦେଖିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.