ଆଜିଠୁ ୨୪ ଯାଏଁ ରାଜ୍ୟରେ ବିଭିନ୍ନ ସ୍ଥାନରେ ହେବ ମଧ୍ୟମ ଧରଣର ବର୍ଷା

ଭୁବନେଶ୍ୱର (କେନ୍ୟୁଜ) : ଓଡ଼ିଶା ଉପକୂଳ ଛୁଇଁବ ଘୂର୍ଣ୍ଣିବଳୟ। ଏହାର ପ୍ରଭାବରେ ୧୯ ରୁ ୨୪ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଆଜି ଉତ୍ତର ଓଡ଼ିଶା ଓ ଆସନ୍ତାକାଲି ଉପକୂଳ ଓଡ଼ିଶା ସମେତ ସଲଗ୍ନ ଅଞ୍ଚଳ ଗୁଡିକରେ ବର୍ଷା ହେବ। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ମୁତାବକ ପୂର୍ବ-କେନ୍ଦ୍ରୀୟ ଓ ସଲଗ୍ନ ଉତ୍ତର ଉତ୍ତର-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଉତ୍ତରପଶ୍ଚିମ ଓ ସଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ରହିଛି। ଏବେ ଏହା ଦକ୍ଷିଣ-ପଶ୍ଚିମ ଦିଗରେ ରିହଛି। ଆସନ୍ତା ୧୨ ଘଣ୍ଟାରେ ଓଡ଼ିଶା ଉପକୂଳ ଛୁଇଁବ। ଫଳରେ ରାଜ୍ୟରେ ବର୍ଷା ପରିମାଣ ବଢିବ। ଆଜି ପାଇଁ ୧୨ ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.