କାର ସହ ୨୨ ଲକ୍ଷ ଟଙ୍କା ଜବତ କଲା ପୋଲିସ, ଜଣେ ଅଟକ

ଜଗତସିଂହପୁରରେ କାର ସହ ୨୨ ଲକ୍ଷ ଟଙ୍କା ଜବତ କରିଛି ପୋଲିସ । ତିନି ବସ୍ତା ଓ ଏକ ବ୍ୟାଗ ଭର୍ତ୍ତି ଟଙ୍କା ଜବତ ହୋଇଛି ।ବିପୁଳ ପରିମାଣର ଟଙ୍କା କେଉଁଠୁ ଆସିଲା ଓ କୁଆଡେ ଯାଉଥିଲା ଏହାର ତନାଘନା କରୁଛି ପୋଲିସ ।

ଜଗତସିଂହପୁର (କେନ୍ୟୁଜ): ଜଗତସିଂହପୁରରେ କାର ସହ ୨୨ ଲକ୍ଷ ଟଙ୍କା ଜବତ କରିଛି ପୋଲିସ । ତିନି ବସ୍ତା ଓ ଏକ ବ୍ୟାଗ ଭର୍ତ୍ତି ଟଙ୍କା ଜବତ ହୋଇଛି । ୫୫ ନମ୍ବର ଜାତୀୟ ରାଜପଥରୁ ବିଳମ୍ବିତ ରାତିରେ ବିଶେଷ ସୂତ୍ରରୁ ବିରିଡି ପୋଲିସ ଖବର ପାଇ ଏକ କାରକୁ ଅଟକାଇ ଥିଲା। ଏଥିସହିତ ୧୦ ଟଙ୍କିଆ ବିଡା ୨୨ ଲକ୍ଷ ଟଙ୍କା ଜବତ କରିଛି । ପୁଳା ପୁଳା ୧୦ ଟଙ୍କିଆ ନୋଟ୍‌ ବିଡ଼ା ଜବତ ହୋଇଥିବା ବେଳେ ଜଣଙ୍କୁ ଅଟକ ରଖି ପଚରାଉଚରା କରିଛି ପୋଲିସ । ଜଗତସିଂହପୁର ଷ୍ଟେଟ ବ୍ୟାଙ୍କ ଓ ପାରାଦୀପର ଏକ ବ୍ୟାଙ୍କରୁ କଟକର ଜଣେ ବ୍ୟବସାୟୀ ଏହି ଖୁଚୁରା ନେଉଥିବାର କୁହାଯାଉଛି ।

ପୋଲିସ ଟଙ୍କାକୁ ଜବତ କରି ଲୋକକୁ ଛାଡ଼ି ଦେଇଛି ଓ ବ୍ୟବସାୟୀ ଉପଯୁକ୍ତ ପ୍ରମାଣ ଦାଖଲ କଲେ ତାଙ୍କୁ ଟଙ୍କା ହସ୍ତାନ୍ତର କରାଯିବ ବୋଲି ବିରିଡ଼ି ଥାନା ଅଧିକାରୀ କହିଛନ୍ତି । ଏତେଗୁଡିଏ ଟଙ୍କା ସେ କାହିଁକି ନେଉଥିଲେ ଓ ଏଥିରେ ଆଉ କିଛି ରହସ୍ୟ ଲୁଚି ରହିଚି ତାହା ଏବେ ସ୍ପଷ୍ଟ ହୋଇପାରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.