ମୋହନା: ଆର.ଉଦୟଗିରି ପୋଲିସକୁ ସଫଳତା, ପେଟ୍ରୋଲିଂ ବେଳେ ଧରାପଡିଲେ ଗଞ୍ଜେଇ ଚୋରା ଚାଲଣକାରୀ

ଗଜପତି(କେନ୍ୟୁଜ୍):  ଗଜପତି ଜ଼ିଲ୍ଲା ଆର.ଉଦୟଗିରି ପୋଲିସ ପେଟ୍ରୋଲିଂ କଲାବେଳେ ଧରାପଡିଲେ ଗଞ୍ଜେଇ ଚାଲଣକାରୀ। ପାରିବେଟା ଗ୍ରାମ ନିକଟରୁ ଏକ ନମ୍ବର ବିହୀନ କମାଣ୍ଡର ରୁ ୪କୁଇଣ୍ଟାଲ ଗଞ୍ଜେଇ ଜବତ କରିବା ସହ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଆର.ଉଦୟଗିରି ପୋଲିସ  । ଗିରଫ ଅଭିଯୁକ୍ତ ମାନେ ହେଲେ ଅଡବା ଥାନା ଗାଲିମେରା ଗ୍ରାମର ପ୍ରତାପ ମାଝୀ ଏବଂ କତୁମେରା ଗ୍ରାମର କିଶୋର ବୀର। ଜବତ ଗଞ୍ଜେଇ ର ଆନୁମାନିକ ମୂଲ୍ୟ ୨୦ଲକ୍ଷ ଟଙ୍କା ହୋଇଥିବା ବେଳେ ଉକ୍ତ ଗଞ୍ଜେଇ ଗଜପତିରୁ ବ୍ରହ୍ମପୁର ଚାଲାଣ ହେଉଥିବା ପୋଲିସ ସୂଚନା ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.