ଦିବ୍ୟାଙ୍ଗ ହୋଇ ମଧ୍ୟ ହାର ମାନିନାହାନ୍ତି ଯାଜପୁରର ବାସନ୍ତି, ଅନ୍ୟ ମହିଳାଙ୍କ ପାଇଁ ସାଜିଛନ୍ତି ପ୍ରେରଣାର ଉତ୍ସ, ମହିଳା ଦିବସରେ ଜାଣନ୍ତୁ ଏହି ସଫଳ ମହିଳାଙ୍କ ବିଷୟରେ

ଯାଜପୁର(କେନ୍ୟୁଜ):  ଭିନ୍ନକ୍ଷମ ହେଲେ ବି ସେ ସକ୍ଷମ । ନିଜର ଦୃଢ ଇଛାଶକ୍ତି ଓ ଆତ୍ମବିଶ୍ୱାସ ବଳରେ ସେ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ । ନିଜେ ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟମାନଙ୍କୁ ସ୍ୱାବଲମ୍ବୀ କରିପାରିଛନ୍ତି । ଆସନ୍ତାକାଲି ଆନ୍ତର୍ଜାତୀୟ ମହିଳା ଦିବସ । ଆମେ କହୁଛୁ ଏଭଳି ଜଣେ ଦିବ୍ୟାଙ୍ଗ ମହିଳା ବାସନ୍ତି ରଣାଙ୍କ ସଫଳତାର କାହାଣୀ । ଏ ହେଉଛନ୍ତି ଯାଜପୁର ଜିଲ୍ଲା ଜାରକା କୁମାରୀ ଗ୍ରାମର ଦିବ୍ୟାଙ୍ଗ ମହିଳା ବାସନ୍ତି ରଣା । ପିଲାବେଳୁ ପୋଲିଓରେ ଆକ୍ରାନ୍ତ ହୋଇ ନିଜର ଗୋଡ ଦୁଇଟି ହରାଇଲେ । ନିଜ ପରିବାରର ଆର୍ଥିକ ସ୍ଥିତି ସ୍ୱଛଳ ନଥିବାରୁ ସିଲେଇ ଶିକ୍ଷା ପ୍ରତି ତାଙ୍କର ଅହେତୁକ ଆଗ୍ରହ ଥିଲା ।

  ଦାରିଦ୍ର‌୍ୟ ଓ ଆଥିିକ ଅନଟନ ଭିତରେ କାଳ କାଟୁଥିବା ନିଜ ପରିବାରର ଆର୍ôଥକ ସ୍ଥିତିକୁ ସୁଦୃଢ କରିବା ଲାଗି ସେ ଆଗେଇ ଆସିଥିଲେ । ନିଜର ଇଛାଶକ୍ତି ବଳରେ ସିଲେଇ ପ୍ରଶିକ୍ଷଣ ନେଇ ନିଜେ ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟମାନଙ୍କୁ ସ୍ୱାବଲମ୍ବୀ କରିବା ତାଙ୍କର ସ୍ୱପ୍ନ ଥିଲା । ଗୋଟିଏ ମେସିନରୁ ସିଲେଇ ଶିକ୍ଷା ଆରମ୍ଭ କରିଥିବା ବାସନ୍ତି ଏବେ ୮ଶହରୁ ଉର୍ଦ୍ଧ୍ୱ ଯୁବତୀ ଓ ମହିଳାଙ୍କୁ ସିଲେଇ ଶିକ୍ଷା ପ୍ରଦାନ କରିସାରିଲେଣି । ତାଙ୍କର ଲକ୍ଷ୍ୟ ପ୍ରତ୍ୟେକ ମହିଳା ନିଜ ଗୋଡରେ ଠିଆ ହୋଇପାରିବ ଏବଂ ନିଜର ପରିବାର ପ୍ରତିପୋଷଣ କରିପାରିବ । ଦୃଢ ଇଛାଶକ୍ତି ଓ ଆତ୍ମ ବିଶ୍ୱାସ ରହିଲେ ଜଣେ ମହିଳା ନିଜ ପରିବାରାର ଆର୍ଥିକ ସ୍ଥିତିକୁ ବଦଳାଇ ପାରିବ ବୋଲି କହିଛନ୍ତି ବାସନ୍ତି ।

ବିବାହ ପରେ ଶ୍ୱଶୁର ଘର ଲୋକଙ୍କ ସମର୍ଥନ ମିଳିବାରୁ ସେ ଘରେ ଏକ ସିଲେଇ ପ୍ରଶିକ୍ଷଣ କେନ୍ଦ୍ର ଖୋଲିଛନ୍ତି । ୨୦୧୧ମସିହାରୁ ଆରମ୍ଭ କରିଥିବା ଏହି କେନ୍ଦ୍ରରେ ଏବେ ୨୫ରୁ ଉର୍ଦ୍ଧ୍ୱ ଯୁବତୀ କାମ କରି ସେମାନେ ମଧ୍ୟ ବେଶ ଦୁଇ ପଇସା ରୋଜଗାର କରିବାରେ ସକ୍ଷମ ହୋଇ ପାରିଛନ୍ତି । ଏହି କେନ୍ଦ୍ର ମହିଳା ମାନଙ୍କ ଚାହିଦା ଅନୁଯାୟୀ ବିଭିନ୍ନ ଡିଜାଇନର ଡ୍ରେସ ଉପକରଣ ପ୍ରସ୍ତୁତ କରାଯାଇ ବଜାରକୁ ଛଡାଯାଉଛି ।

ଆଖପାଖ ଅଂଚଳରେ ଘରେ ବସି ରହିଥିବା ଅନେକ ଯୁବତୀ ଏଠାରେ ପ୍ରଶିକ୍ଷଣ ନେବାକୁ ଆଗ୍ରହ ପ୍ରକାଶ କରିଥାନ୍ତି । ସିଲେଇ ଶିକ୍ଷାକୁ ବାଦ୍ ଦେଲେ ବାସନ୍ତି ଘରେ ପୂଜା ପାଠ ହେଉ ଅବା ରୋଷେଇ ହେଉ ସବୁ କାର୍ଯ୍ୟରେ ସେ ବେଶ ତତ୍ପର ।

dibyang tailor4

ତେବେ ବାସନ୍ତୀଙ୍କ ଇଛାଶକ୍ତି ଆଗରେ ପରିବାର ଲୋକେ ହାର ମାନିଛନ୍ତି । ସେ ଆହୁରି ଆଗକୁ ଯିବା ସହ ତାର କାର୍ଯ୍ୟରେ ପରିବାର ଲୋକେ ବେଶ୍ ଗର୍ବ ଅନୁଭବ କରୁଛନ୍ତି । ବାସନ୍ତିଙ୍କ ଏହି ସଫଳତା ପାଇଁ ବିଭିନ୍ନ ଅନୁଷ୍ଠାନ ତାଙ୍କୁ ସମ୍ବର୍ଦ୍ଧିତ କରିଥିବା ବେଳେ ସେ ଭାରତର ରାଷ୍ଟ୍ରପତିଙ୍କ ଠାରୁ ମଧ୍ୟ ପୁରସ୍କାର ଲାଭ କରିଛନ୍ତି । ବାସନ୍ତି ଏବେ ସମଗ୍ର ଯାଜପୁର ଜିଲ୍ଲାରେ ମହିଳା ମାନଙ୍କ ପାଇଁ ଏକ ପ୍ରେରଣା ଉତ୍ସ ପାଲଟିଯାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.