ମାଗଣା ପାଇଲେ ଛାଡ଼ିବ କିଏ ? ଓଲଟିଲା ଆଳୁ ବୋଝେଇ ଟ୍ରକ୍, ବ୍ୟାଗ ଓ ବସ୍ତାରେ ପୂରାଇ ବୋହି ନେଲେ ଲୋକେ

ଭଦ୍ରକ (କେନ୍ୟୁଜ୍‌) : ଏବେ ଆଳୁର ଯେତିକି ଦାମ୍‌, ମାଗଣା ଆଳୁ ପାଇଲେ କିଏ ବା ଛାଡ଼ିବ । ତେଣୁ ଯିଏ ଯାହା ପାରିଲା ବସ୍ତାରେ, ବ୍ୟାଗ୍‌ରେ ପୂରାଇ ନେଇ ଚାଲିଲା । ଏଭଳି ଦୃଶ୍ୟ ଆଜି ଦେଖିବାକୁ ମିଳିଥିଲା ଜାତୀୟ ରାଜପଥରେ ।

ରାସ୍ତା ତଳକୁ ଖସି ପଡ଼ିଲା ଆଳୁ ବୋଝେଇ ଟ୍ରକ । ଡ୍ରାଇଭର ଓ ହେଲପର ସୁରକ୍ଷିତ ଥିଲେ । ହେଲେ ଦୁର୍ଘଟଣା ପ୍ରତି ଲୋକଙ୍କ ଦୃଷ୍ଟଇ ନଥିଲା । ଟ୍ରକ୍‌ରେ ଥିବା ଆଳୁ ସବୁ ତଳେ ବିଛାଡ଼ି ହୋଇ ପଡ଼ିଥିଲା । ଆଉ ତାକୁ ଲୋକେ ବୋହି ନେଇ ଚାଲିଲେ। ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଠାରେ ଏହି ଦୁର୍ଘଟଣା ଘଟିଛି । ଭଦ୍ରକରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଆଳୁ ବୋଝେଇ ଟ୍ରକଟି ପାଳଦାବାଙ୍କ ନିକଟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡିଛି ।

ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଚାଲୁଥିବାରୁ ପୋଲ ନିକଟରେ ତଳକୁ ଖସି ପଡିଥିଲା । ତେବେ ଟ୍ରକ ର ଡ୍ରାଇଭର ଓ ହେଲପର ଅଳ୍ପକେ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ । ହେଲେ ତଳେ ପଡ଼ି ଗଡ଼ୁଥିବା ଆଳୁ ଏବଂ ଆଳୁ ବସ୍ତାକୁ ଲୋକେ ଲୁଟି ନେଇଗଲେ । ଅଳ୍ପ ସମୟ ଭିତରେ ଟ୍ରକ୍‌ରେ ଥିବା ଅଧାରୁ ଅଧିକ ଅଳୁ ଦୁର୍ଘଟଣା ସ୍ଥଳରୁ ଉଭାନ୍‌ ହୋଇ ଯାଇଥିଲା । ପରେ ଖବର ପାଇଁ ପୋଲିସ୍‌ ଘଟଣାର ତଦନ୍ତ କରୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.