ଆକ୍ସନ ମୁଡରେ ମନ୍ତ୍ରୀ, ପ୍ରତିମାସ ୭ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ନିଜ ନିଜ ବିଭାଗ କାମ ସମ୍ପର୍କରେ ଦେବେ ରିପୋର୍ଟ

କଟକ : ପ୍ରତିମାସ ୭ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ନିଜ ନିଜ ବିଭାଗ କାମ ସମ୍ପର୍କରେ ରିପୋର୍ଟ ଦେବେ ମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଗ୍ରାଉଣ୍ଡକୁ ଯାଉଛନ୍ତି ମନ୍ତ୍ରୀ । ଆଜି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କଟକ ଗସ୍ତ କରିଥିଲେ। କଟକ ମହାନଗର ନିଗମର ବିକାଶ ଭବନରେ ସହରର ବିଭିନ୍ନ ପଦାଧିକାରୀଙ୍କ ସହ ଆଲୋଚନା କରିଥିଲେ। ଜାଇକା କାମ ତ୍ୱରାନ୍ଵିତ କରିବା ସହ ବାଦାମବାଡ଼ି ବସଷ୍ଟାଣ୍ଡ ଉନ୍ନତିକରଣ ଉପରେ ଗୁରୁତ୍ୱ ଦେଇଥିଲେ ନଗର ଉନ୍ନୟନ ମନ୍ତ୍ରୀ। ରକ୍ସିଜେନ୍, ଜୋବ୍ରା ଆଦି ସ୍ଥାନ ବୁଲି ଦେଖିଥିଲେ। ବିଭିନ୍ନ ଅଞ୍ଚଳରେ ଚାଲୁଥିବା କାମ ପାଇଁ ବିଭାଗୀୟ ଅଧିକାରୀଙ୍କୁ ଡେଡ୍ଲାଇନ୍ ଦେଇଥିଲେ ନଗର ଉନ୍ନୟନ ମନ୍ତ୍ରୀ। ବୈଠକରେ ସିଏମ୍ସିର ଆଡ୍ମିଷ୍ଟ୍ରେଟର ଥିବା ଆରଡିସି ଅନିଲ କୁମାର ସାମ, ସିଏମ୍ସି କମିଶନର ଶରତ ଚନ୍ଦ୍ର ନାୟକଙ୍କ ସମେତ ଜାଇକା ଓ ଅନ୍ୟାନ୍ୟ ଲାଇନ୍ ଡିପାର୍ଟମେଣ୍ଟର ସମସ୍ତ ଅଧିକାରୀ ସାମିଲ ହୋଇଥିଲେ।