ସାଲେପୁର ଜେଏମଏଫସି କୋର୍ଟରେ ଓକିଲଙ୍କ ଜରିଆରେ ହାଜର ହେବେ ପ୍ରତାପ ଜେନା, ୧୮ରେ ହେବ ଶୁଣାଣି
ସିଆରପିସିର ୨୦୫ ଧାରା ଅନୁଯାୟୀ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ପ୍ରତାପ ଜେନାଙ୍କ ପକ୍ଷରୁ ଏହି ଆବେଦନ ହୋଇଛି।ଆସନ୍ତା ୧୮ ତାରିଖରେ ମାମଲା ଶୁଣାଣି ପାଇଁ ଦିନ ଧାର୍ଯ୍ୟ ଜେଏମଏଫସି କୋର୍ଟ କରିଥିବାରୁ ସେ ପର୍ଯ୍ୟନ୍ତ ପ୍ରତାପ ଜେନାଙ୍କୁ ମହଲତ ମିଳିଛି।

କଟକ(କେନ୍ୟୁଜ୍): ସାଲେପୁର ଜେଏମଏଫସି କୋର୍ଟରେ ପ୍ରତାପ ଜେନାଙ୍କ ବ୍ୟକ୍ତିଗତ ହାଜିରା ମାମଲାରେ ବ୍ୟକ୍ତିଗତ ନ ହୋଇ ଓକିଲଙ୍କ ଜରିଆରେ ହାଜର ହେବେ ବୋଲି ପ୍ରତାପ ଜେନା ଆବେଦନ କରିଥିବା ବେଳେ ଏହି ମାମଲାର ଶୁଣାଣି ଆସନ୍ତା ୧୮ ତାରିଖରେ ହେବ ବୋଲି ଧାର୍ଯ୍ୟ କରାଯାଇଛି। ସିଆରପିସିର ୨୦୫ ଧାରା ଅନୁଯାୟୀ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ପ୍ରତାପ ଜେନାଙ୍କ ପକ୍ଷରୁ ଏହି ଆବେଦନ ହୋଇଛି।ଆସନ୍ତା ୧୮ ତାରିଖରେ ମାମଲା ଶୁଣାଣି ପାଇଁ ଦିନ ଧାର୍ଯ୍ୟ ଜେଏମଏଫସି କୋର୍ଟ କରିଥିବାରୁ ସେ ପର୍ଯ୍ୟନ୍ତ ପ୍ରତାପ ଜେନାଙ୍କୁ ମହଲତ ମିଳିଛି। ଅନ୍ୟ ପକ୍ଷରେ ଆବେଦନକାରୀଙ୍କ ପକ୍ଷରୁ ସିଆରପିସି ୨୧୦ ଅନୁଯାୟୀ ମୂଳ ମାମଲା ସହିତ ପ୍ରତାପ ଜେନାଙ୍କ ନାମକୁ ଯୋଡିବା ପାଇଁ ଅନ୍ୟ ଏକ ପିଟିସନ ମଧ୍ୟ ଦାୟର କରିଥିଲେ।
ଉଭୟ ପିଟିସନର ଶୁଣାଣି ପାଇଁ ଦୁଇ ସପ୍ତାହର ସମୟ ମାଗିଥିଲେ ପ୍ରତାପ ଜେନାଙ୍କ ଓକିଲ। ଉଭୟ ପିଟିସନର ଶୁଣାଣି ଆସନ୍ତା ୧୮ ତାରିଖ ଦିନ ହେବ ବୋଲି ସାଲେପୁର ଜେଏମଏଫସି କୋର୍ଟ ନିର୍ଦେଶ ଦେଇଛନ୍ତି।