କୁବେର ବାବୁଙ୍କ ସିନେମା ନିଶା: କଳା ଧନ ଟଙ୍କାରେ ତିଆରି କରିଛନ୍ତି ୨ଟି ଓଡ଼ିଆ ସିନେମା

ଭୁବନେଶ୍ବର(କେନ୍ଯୁଜ୍): କୁବେର ବାବୁଙ୍କ ସିନେମା ନିଶା। କଳା ଧନ ଟଙ୍କାରେ ତିଆରି କରିଛନ୍ତି ୨ଟି ଓଡ଼ିଆ ସିନେମା। ସିନେମାରେ ପତ୍ନୀ ସସ୍ମିତା ସାମଲ ପ୍ରଯୋଜିକା ଅଛନ୍ତି। ଗୋଟିଏ ସିନେମାରେ ପ୍ରତାପ ନିଜେ ମଧ୍ୟ କାର୍ଯ୍ୟକାରୀ ପ୍ରଯୋଜକ ଅଛନ୍ତି। ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି ରାଜ୍ୟ ପୋଲିସ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନ ଡେପୁଟି ମ୍ୟାନେଜର ପ୍ରତାପ ସାମଲ। ପତ୍ନୀଙ୍କ ନାାଁରେ ମଧ୍ୟ ମାମଲା ରୁଜୁ କରିଛି ଭିଜିଲାନ୍‌ସ ।

ଜବତ ହୋଇଛି ୧୪ କୋଟି ୮୮ ଲକ୍ଷ ୯୧ ହଜାର ଟଙ୍କାର ସମ୍ପତ୍ତି । ଯାହାକି ଆୟର ହଜାରେ ୨୨ ପ୍ରତିଶତ ଅଧିକ । ପ୍ରତାପଙ୍କ ଘରବାଡ଼ି, କୋଠା, ବ୍ୟାଙ୍କ ବାଲାନ୍ସ ଦେଖି ଜଳକା ହୋଇଛି ଭିଜିଲାନ୍ସ ଟିମ୍‌ । ୧୯୮୮ରେ OPHWCରେ ଯୋଗ ଦେଇଥିଲେ ପ୍ରତାପ ସାମଲ । ୨୦୧୩ରେ ଡେପୁଟି ମ୍ୟାନେଜର ପଦବୀକୁ ପଦୋନ୍ନତି ପାଇଥିଲେ । ଜୁନିଅର ଇଞ୍ଜିନିୟରରୁ କ୍ୟାରିୟର ଆରମ୍ଭ କରି ୩୩ ବର୍ଷ ଚାକିରି କାଳରେ ଅମାପ ସମ୍ପତ୍ତିର ମାଲିକ ହୋଇଛନ୍ତି ପ୍ରତାପ ସାମଲ।

ସୂଚନା ଥାଉକି, ପ୍ରତାପ ସାମଲଙ୍କୁ ଏହି ଘଟଣା ପରେ ଗିରଫ କରାଯାଇଛି । ଭିଜିଲାନ୍ସ ଟିମ୍‌ ତାଙ୍କୁ ଗିରଫ କରିଛି । ତାଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଟିମ୍‌ ବି ତାଯୁବ ହୋଇଯାଇଛନ୍ତି । ରେଡ୍‌ ବେଳେ ଜବତ ହୋଇଛି ୧୪ କୋଟି ୮୪ ଲକ୍ଷ ୪୧ହଜାର ଟଙ୍କାର ସମ୍ପତ୍ତି । ଯାହାକି ତାଙ୍କ ଆୟଠାରୁ ୧୦୨୧ ପ୍ରତିଶତ ଅଧିକ। ଏହା ଭିଜିଲାନ୍ସ ଇତିହାସରେ ସବୁଠୁ ବଡ଼ ଧରଣର ରେଡ୍‌ ବୋଲି ଜଣାଯାଇଛି । ତଦନ୍ତ ବେଳେ ପ୍ରତାପ ସାମଲ ଓ ତାଙ୍କ ପତ୍ନୀ ବିପୁଳ ପରିମାଣର ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଜଣାପଡ଼ିଛି । ଯାହାର ସେମାନେ ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ ।

ପୂର୍ବରୁ ଭିଜିଲାନ୍ସ ଟିମ୍‌ ପ୍ରତାପ ସାମଲଙ୍କ ୨୫ଟି ପ୍ଲଟ୍‌ ଠାବ କରିଥିଲା । ଯାହାର RSD ମୂଲ୍ୟ ପାଖାପାଖି ୩ କୋଟି ୪୧ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି। କିନ୍ତୁ ପ୍ରକୃତ ମୂଲ୍ୟ ଏହାଠାରୁ ଅନେକ ଗୁଣା ଅଧିକ ହେବ । ଗୋଠପାଟଣା ସ୍ଥିତ ୫ ମହଲା କୋଠାର ମୂଲ୍ୟ ୩ କୋଟି ୮୯ ଲକ୍ଷ ୬୦ହଜାର । ୧ କୋଟି ୬୧ ଲକ୍ଷ ୩୫ହଜାର ଟଙ୍କାର ବ୍ୟାଙ୍କ୍‌ ଜମା ଠାବ କରିଛି ଭିଜିଲାନ୍ସ । ସେହିଭଳି ୫୭ ଲକ୍ଷ ୭୨ ହଜାର ଟଙ୍କାର ଜୀବନବୀମା ପ୍ରିମିୟମ ଦେଇଛନ୍ତି ପ୍ରତାପ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.