ପୁଣି ପ୍ରେମ ପ୍ରତାରଣା: ବିବାହିତ ପ୍ରେମିକଙ୍କ ଘର ଆଗରେ ୭ ମାସର ଗର୍ଭବତୀ ପ୍ରେମିକାର ଧାରଣା

ନବରଙ୍ଗପୁର(କେନ୍ୟୁଜ୍): ବିବାହିତ ପ୍ରେମିକର ଘର ସମ୍ମୁଖରେ ୭ ମାସ ଗର୍ଭବତୀ ପ୍ରେମିକାର ଧାରଣା । ଏଭଳି ଘଟଣା ଦେଖବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ଘାଟଗୁଡ଼ା ପଂଚାୟତ ଅନ୍ତର୍ଗତ ଛତ୍ରବର ଗ୍ରାମରେ।

ପ୍ରକାଶଯୋଗ୍ୟ ଯେ ଛତ୍ରବର ଗାଁର ଲାଜର ଖରା ନାମକ ଜଣେ ବିବାହିତ ବ୍ୟକ୍ତି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଖାତିଗୁଡା ଗାଁର ଜଣେ ଯୁବତୀଙ୍କ ସହ ୭ ବର୍ଷ ତଳୁ ପ୍ରେମ ସଂପର୍କ ରଖି ଆସିଥିଲା । ଲାଜର ବିବାହିତ ହୋଇଥିଲେ ମଧ୍ୟ ନିଜ ସ୍ତ୍ରୀକୁ ଭାଉଜ ଏବଂ ନିଜ ଝିଅକୁ ଝିଆରୀ ବୋଲି ମିଛ କହି ରେଣୁକାକୁ ବିବାହର ମିଥ୍ୟା ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖି ଆସୁଥିଲା । ରେଣୁକା ଘରକୁ ନେଇକି ରଖିବା ପାଇଁ ଜିଦ କରିବାରୁ ପ୍ରେମିକ ଜଣକ ପାପଡାହାଣ୍ଡି ଗାଁରେ ଏକ ମାସ ପରେ ଉମରକୋଟ ସ୍ଥିତ ଡଙ୍ଗରିସାହିରେ ଥିବା ତାଙ୍କ ଭଉଣୀ ଘରେ ୨ ବର୍ଷ ରଖିଥିଲା। ଏହାପରେ ଡାବୁଗାଁର ସୁଧାର ଗୃହରେ ଏକ ମାସ ରଖିଥିଲା ।

nabarangpur 12

କିନ୍ତୁ, ପ୍ରେମିକା ଜଣକ ତାଙ୍କୁ ନିଜ ଘରେ ନେବାକୁ ପ୍ରେମିକକୁ ଦାବି କରିବାରୁ ପ୍ରେମିକ ଫେରାର ହୋଇଯାଇଛି । ଅନ୍ୟପଟେ ଗର୍ଭବତୀ ପ୍ରେମିକା ଜଣକ ପ୍ରେମିକର ଗାଁ (ଛତ୍ରବର )କୁ ଆସି ଘରକୁ ଯିବାକୁ ଚେଷ୍ଟା କଲାବେଳେ ପ୍ରେମିକର ମାଆ, ଝିଆରୀ, ଦିଅର, ରେଣୁକାର ଲୁଗାପଟା ବାହାରେ ଫପାଡି ଦେବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରି  ଘରୁ ତଡି ଦେଇଥିଲେ। ୪ ଦିନ ହେବ ୭ ମାସର ଗର୍ଭବତୀ ପ୍ରେମିକା ନ୍ୟାୟର ଅପେକ୍ଷାରେ ବାର ଦୁଆର ବୁଲୁଛି। ଏକ ମାସ ପୂର୍ବରୁ ପାପଡାହାଣ୍ଡି ଥାନାରେ ପିଡିତା ଅଭିଯୋଗ ଦେବାପରେ ମଧ୍ୟ ପିଡିତାଙ୍କୁ ନ୍ୟାୟ ମିଳି ପାରିନାହିଁ।ଏପଟେ ପ୍ରେମିକ ଘର ଛାଡ଼ି ଫେରାର ଅଛି। ଏଥିପାଇଁ ଆଜି ପ୍ରେମିକା ଜଣକ ପ୍ରେମିକ ଘର ସମ୍ମୁଖରେ ଧାରଣା ଦେଇଛି । ପ୍ରେମିକର ଘର ଲୋକ ଏ ବିଷୟରେ କୌଣସି ପ୍ରତିକ୍ରିୟା ରଖିବାକୁ ମନା କରିଦେଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.