ଆଉ କେତେ ଦିନ ଖଟିଆରେ ବୁହାହେବେ ଗର୍ଭବତୀ ?

ଯେତେ କହିଲେ ବି ଚେତୁନି ପ୍ରଶାସନ କି ସୁଧୁରୁନି ପରିସ୍ଥିତି । ବାରମ୍ବାର ସାମ୍ନାକୁ ଆସୁଛି ଏଭଳି ଘଟଣା । ଯାହାକୁ ଦେଖାଇ ଦେଖାଇ ଆମେ ଥକିଗଲୁଣୁ ସିନା ହେଲେ ପ୍ରଶାସନର କିଛି ଯାଏ ଆସେ ନାହିଁ । ସମସ୍ୟାର ସମାଧାନ କରିବାକୁ ସତେ କାହାର ଯେମିତି ଆନ୍ତରିକତା ହିଁ ନାହିଁ ।

ଆନନ୍ଦପୁର (କେନ୍ୟୁଜ୍): ଯେତେ କହିଲେ ବି ଚେତୁନି ପ୍ରଶାସନ କି ସୁଧୁରୁନି ପରିସ୍ଥିତି । ବାରମ୍ବାର ସାମ୍ନାକୁ ଆସୁଛି ଏଭଳି ଘଟଣା । ଯାହାକୁ ଦେଖାଇ ଦେଖାଇ ଆମେ ଥକିଗଲୁଣୁ ସିନା ହେଲେ ପ୍ରଶାସନର କିଛି ଯାଏ ଆସେ ନାହିଁ । ସମସ୍ୟାର ସମାଧାନ କରିବାକୁ ସତେ କାହାର ଯେମିତି ଆନ୍ତରିକତା ହିଁ ନାହିଁ ।

ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ । ପୁଣି ଗାଁକୁ ରାସ୍ତା ନ ଥିବାରୁ ଆସିପାରିଲା ନାହିଁ ଆମ୍ବୁଲାନସ୍ । ପୁଣି ଦୀର୍ଘ ୧ କିଲୋମିଟର ବାଟ ପରିବାର ଲୋକଙ୍କ ସହିତ ଆଶାକକର୍ମୀ ଗର୍ଭବତୀଙ୍କୁ ଆମ୍ବୁଲାନସ୍ ନିକଟକୁ ଖଟିଆରେ ବୋହି ବୋହି ନେଲେ । ଏଭଳି ଏ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଶାମୁକାନାଣ୍ଡି ପଞ୍ଚାୟତ ପଠାନଡିହି ଗାଁରେ । ଭରା ନାଳ ଭିତରେ ପଶି ଖଟିଆରେ ବୁହା ହୋଇ ଆସିଲେ ଗର୍ଭବତୀ।

ପଠାନଡିହି ଗାଁର ବିଗୁରୁ ବିରୁଆଙ୍କ ସ୍ତ୍ରୀ ସବିତାଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ସେମାନେ ଆଶାକର୍ମୀ ବନ୍ଦିତା ଚାତାରଙ୍କୁ ଖବର ଦେଇଥିଲେ । ସେ ଆମ୍ବୁଲାନସ୍ କୁ ଜଣାଇବା ପରେ ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନସ୍ କୁମପଦା ଗାଁରେ ଅଟକି ରହିଥିଲା । ଅନ୍ୟ ଉପାୟ ନପାଇ ପରିବାର ସଦସ୍ୟଙ୍କ ସହ ଆଶାକର୍ମୀ ବନ୍ଦିତା, ଖଟିଆର ଗୋଟିଏ ପାର୍ଶ୍ଵକୁ ଧରି ଗର୍ଭବତୀଙ୍କୁ ଭରାନାଳ ପାର୍ କରି ୧ କିଲୋମିଟର ଦୂର ଆମ୍ବୁଲାନସ୍ ଯାଏ ପହଞ୍ଚାଇଥିଲେ । ଏହାପରେ ଗର୍ଭବତୀ ଙ୍କୁ କେଶଦୁରାପାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡ଼ାକ୍ତରଖାନାରେ ସବିତା ଏକ କନ୍ୟାସନ୍ତାନ ପ୍ରସବ କରିଥିବା ବେଳେ, ଉଭୟ ମା ଓ ଛୁଆ ସୁସ୍ଥ ଥିବା କହିଛନ୍ତି ଆଶାକର୍ମୀ ।

ଥରେ ଭାବିଲେ ଦର୍ଶକବନ୍ଧୁ ଯଦି ଏହି ଭରା ନାଳ ଭିତରେ ଗର୍ଭବତୀ ଜଣଙ୍କୁ ନେବା ସମୟରେ କାହା ପାଦ ଖସି ଯାଇଥାନ୍ତା କି ଭାରସାମ୍ୟ ହରାଇ କିଏ ପଡିଥାନ୍ତେ ତେବେ ପରିସ୍ଥିତି କଣ ହେଇଥାନ୍ତା । ତେବେ କିଛି ଅଘଟର ଘଟିବା ପୂର୍ବରୁ ସ୍ଥାନୀୟ ପ୍ରଶାସନ ସଜାଗ ହୋଇଯିବା ନିହାତୀ ଜରୁରୀ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.